Take a fresh look at your lifestyle.

ଭୁବନ ର ବିଭିନ୍ନ ସ୍ଥାନରେ ରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ମହାମାରୀ କରୋନା ସକାଶେ ଭୁବନର ବିଭିନ୍ନ ସ୍ଥାନରେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୭୩ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍ୱଳ୍ପ ସଂଖ୍ୟକ ଲୋକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିଥିଲେ

0 48

Get real time updates directly on you device, subscribe now.

ଭୁବନ ପଂଚାୟତ ସମିତି
ଭୁବନ : ଭୁବନ ପଂଚାୟତ ସମିତି ତରଫରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଡିଓ ଆଶୀର୍ବାଦ ପରିଡା ଜାତୀୟ ପତାକା ଉତୋଳନ କରି କରି କହିଥିଲେ ଯେ, ଗଣତନ୍ତ୍ରକୁ ରକ୍ଷା କରିବା ଆମର କାମ । ଭାରତ ଆଜି ସୁପରପାୱାର ହେବାକୁ ସ୍ୱପ୍ନ ଦେଖୁଛି କିନ୍ତୁ ଦାରିଦ୍ର,ବେକାରୀ,ବେରୋଜଗାରୀ,ଦୁର୍ନୀତି ବିକାଶ ପଥରେ ପ୍ରତିବନ୍ଧକ ସାଜିଛି । ତେଣୁ ଆମକୁ ଦେଶପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ ।ଯୋଗାଣ ନିରୀକ୍ଷକ ବାଢା ବେସ୍ରା ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ତହସିଲ କାର୍ଯ୍ୟାଳୟ
ଭୁବନ ତହସିଲ କାର୍ଯ୍ୟାଳୟ ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ତହସିଲଦାର ଡଃ ରୋଜାଲିନ ବେହେରା ଜାତୀୟ ପତାକା ଉତୋଳନ କରି ମହାପୁରୁଷ ମାନଙ୍କୁ ମନେପକାଇ ଥିଲେ । ବରିଷ୍ଠକିରାଣୀ ସୁଧିର କୁମାର ପଣ୍ଡା, ପୁରୁଷୋତମ ସିଂ , ମମତା ରାଉଳ , ଅମିନ ରାକେଶ ପଣ୍ଡା,ସୁନାରାମ ତିରିଆ ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

 ଭୁବନ ଥାନା

ଭୁବନ ଥାନାରେ ବିପୁଳ ଉସହ ଉଦ୍ଦିପନା ର ସହ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଜାତୀୟ ପତାକା ଉତୋଳନ କରିଥିଲେ । ଏସଆଇ ସୁକାନ୍ତି କେର୍କଟା, ଶାନ୍ତନୁ ମଲ୍ଲିକ , ଏଏସଆଇ ପ୍ରଦୀପ କୁମାର ସତପଥି , ପ୍ରଭାତ ରାଉତ  , ଜୟଶ୍ରୀ ଗଡନାୟକ ,  ଦୀପକ ସିଂହ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

 ବିଜ୍ଞାପିତ ଅଂଚଳ ପରିଷଦ
ଭୁବନ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ଠାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । ବରିଷ୍ଠ କିରାଣୀ ପ୍ରାଣକୃଷ୍ଣ ଓଝା, କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ, ଗୋଷ୍ଠୀ ସଙ୍ଗଠିକା ଜଲିତା ସାହୁ ଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏନଏସି ତରଫରୁ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.