Take a fresh look at your lifestyle.

ରାଧାଦାମୋଦରଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମଙ୍ଗଳପୁର ଏବଂ କଙ୍କଡାହାଡ ବିଜୟୀ

0 181

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଢଣପୁର ଠାରେ ଶନିବାର ଠାରୁ ଆରମ୍ଭ ହୋଇଛି ରାଧାଦାମୋଦରଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଉଦଘାଟନୀ ମ୍ୟାଚକୁ ସମାଜସେବୀ ଅନିତା ବେହେରା ଏବଂ ଶ୍ରୀକାନ୍ତ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।

ପ୍ରଥମ ଦିନ ମ୍ୟାଚରେ ମଙ୍ଗଳପୁର ଏବଂ କଙ୍କଡାହାଡ ଟିମ ବିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚ ମଙ୍ଗଳପୁର ଏବଂ ବନମାଳୀ ପ୍ରସାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ମଙ୍ଗଳପୁର ୧୦ ଓଭରରେ ୨ ଉଇକେଟ ହରାଇ ୧୨୪ ରନ ସଂଗ୍ରହ କରିଥିଲା । ଜବାବରେ ବନମାଳୀପ୍ରସାଦ ୧୦ ଓଭରରେ ୫ ଉଇକେଟ ହରାଇ ୯୬ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ମଙ୍ଗଳପୁର ଦଳର ଆଲୋକ ବାରିକ ୫୨ ରନ ସଂଗ୍ରହ କରିଥିଲେ ।
ଦ୍ୱତୀୟ ମ୍ୟାଚରେ କଙ୍କଡାହାଡ ଏବଂ ମହିଷାପାଟ ମଧ୍ୟରେ ହୋଇଥିଲା । ଟସ ଜିଣି କଙ୍କଡାହାଡ ମହିଷାପାଟ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମହିଷାପାଟ ୧୨ ଓଭରରେ ୩ ଉଇକେଟ ହରାଇ ୧୩୮ ରନ ସଂଗ୍ରହ କରିଥିଲା ।

ଜବାବ ରେ କଙ୍କଡାହାଡ ଟୁଲ ଙ୍କ ଧୁଆଁଧାର ବ୍ୟାଟିଂ ରେ ୮୪ ରନ ସହିତ ଦଳ ୧୨ ଓଭରରେ ୫ ଉଇକେଟ ବିନିମୟ ରେ ୧୩୯ ରନ କରି ବିଜୟୀ ହୋଇଥିଲା । ସାଗର ପରିଡା ଏବଂ ରଂଜିତ ବେହେରା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଶ୍ରୀରାମ ଦାସ, ସଂଜୀବ ବେହେରା, ଅନିଲ ବେହେରା, ବିକାଶ ବେହେରା, ଟୁନା ବେହେରା, ନିର୍ମଳ ବେହେରା, ବୈକୁଣ୍ଠ ବେହେରା, ବିକାଶ ମହାଭୋଥ ପେମାନନ୍ଦ ବେହରା ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.