Take a fresh look at your lifestyle.

ଆମ୍ ଆଦମୀ ପାର୍ଟି ପକ୍ଷରୁ ୮ ଟି ଜୋନ୍ ରେ ପାର୍ଥୀ ପତ୍ର ଦାଖଲ

ଆପ୍ ର ପ୍ରଥମ ଥର ପଞ୍ଚାୟତ ନିର୍ବାଚନରେ ଅଂଶ ଗ୍ରହଣ

0 62

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ 27 ଟି ଜିଲ୍ଲା ପରିଷଦ ଆସନ ରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରଥମ ଥର ୮ ଟି ଜିଲ୍ଲା ପରିଷଦ ଜୋନ ରେ ପାର୍ଥୀ ପତ୍ର ଦାଖଲ କରାଯାଇଛି l

ସଦର ବ୍ଲକ ୩ ନଂ ଜୋନ ରୁ ରାଜକୁମାର ପ୍ରଧାନ, ୪ ନଂ ଜୋନ ରୁ ଟିକିନା ପାତ୍ର, ଗଁଦିଆ ବ୍ଲକ ୧ ନଂ ଜୋନ ରୁ ବିଜୟ ପାତ୍ର, ଓଡାପଡ଼ା ବ୍ଲକ ୧ ନଂ ଜୋନ ରୁ ମମତା ପ୍ରଧାନ, ୩ ନଂ ଜୋନ ରୁ ରମେଶ ଚନ୍ଦ୍ର ପଣ୍ଡା, ପରଜଙ୍ଗ ୧ ନଂ ଜୋନ ରୁ ମମତା ବାରିକ, କାମାକ୍ଷା ନଗର ୨ ନଂ ଜୋନ ରୁ ପର୍ଶୁରାମ ମହାଭୋଇ ଓ ଭୁବନ ବ୍ଲକ ୩ ନଂ ଜୋନ ରୁ ମଧୁ ମଳିକ ନିଜ ନିଜର ପାର୍ଥୀ ପତ୍ର ସଦର ଉପଜିଲ୍ଲାପାଳ ଏବଂ କାମାକ୍ଷା ନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି l

ଆମ୍ ଆଦମୀ ପାର୍ଟି ର ବିଚାର ଧାରା ଓ ଦଳ ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଥୀ ତଥା ଜନ ସାଧାରଣଙ୍କ ମନରେ ବ୍ୟବସ୍ଥା ପରିବର୍ତ୍ତନର ସ୍ୱର ଜାଗ୍ରତ ହୋଇଛି l ବିନା କୌଣସି ରାଜନୈତିକ ଅଭିଜ୍ଞତାରେ ଦଳ ପ୍ରଥମ ଥର ତ୍ରିସ୍ତରୀୟ ନିର୍ବାଚନକୁ ଓହ୍ଲାଇଛି l

ଆପ୍ ର ପାର୍ଥୀ ମାନଙ୍କୁ ସାହସ ଏବଂ ସହଯୋଗର ହାତ ବଢାଇବା ପାଇଁ ଜିଲ୍ଲା ଆବାହକ ପଙ୍କଜ କୁମାର ନାୟକ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.