Take a fresh look at your lifestyle.

ସତ୍ୟସାଇ ଯୋଗ କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ

0 43
କୋଣାର୍କ – ସତ୍ୟସାଇ ଯୋଗ କେନ୍ଦ୍ରର ପକ୍ଷରୁ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନି କକ୍ଷରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବର ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥ ନିକଟରେ ପୁଷ୍ପମାଲ୍ଯ ଅର୍ପଣ କରିବା ପରେ ଯୋଗ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଶାନ୍ତିବାଣୀ ପରିବେଷଣ କରାଯାଇଥିଲା।
ଯୋଗ କେନ୍ଦ୍ରର ସଭାପତି ପ୍ରାକ୍ତନ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ଭାବରେ ସ୍ବାମୀ ଶଙ୍କରାନନ୍ଦ ଗିରୀ, ବାବା ବିଷ୍ଣୁଗିରୀ ମହାରାଜ, ସ୍ବାମୀ ଅମିତ ନାଥ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଣବ ଶଙ୍କର ଦାଶ, ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ କୁମାର ପାତ୍ର, ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜସ୍ମିନ ଆଫ୍ରୋଜ ଓ ଶିକ୍ଷାବିତ ରବିନ୍ଦ୍ର ନାଥ ବାହିନୀପତି ପ୍ରମୁଖ ଯୋଗଦେଇ ଦୈନନ୍ଦିନ ଜୀବନରେ ସୁସ୍ଥ ଓ ନିରାମୟ ଜୀବନଯାପନ ନିମନ୍ତେ ଯୋଗ ହିଁ ଏକ ମାତ୍ର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଯୋଗକୁ ଆପଣେଇ ଏକ ସୁସ୍ଥ ସମାଜ ଗଠନ ଦିଗରେ ବର୍ତୀ ହେବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ବିଷିଷ୍ଟ ବ୍ୟକ୍ତିମାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପୋଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।
ଯୋଗ କେନ୍ଦ୍ରର ସଂପାଦକ ଯୋଗଗୁରୁ ବାମଦେବ ଆଳୁକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ପ୍ରତାପ କୁମାର ରାଉତ ଓ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଏହି ବାର୍ଷିକ ଉତ୍ସବ ସମାରୋହକୁ ଅଧ୍ୟାପକ ବିଚିତ୍ରା ନନ୍ଦ ଲେଙ୍କା, ଶରତ ଚନ୍ଦ୍ର ଖଟୁଆ, ବସନ୍ତ କୁମାର ଦଳାଇ, ରଶ୍ମିରଞ୍ଜନ ବିଶ୍ବାଳ, କାମଦେବ ବିଶ୍ବାଳ, ସାମ୍ବାଦିକ ଧନଂଜୟ ବେହେରା ଓ ରତ୍ନାକର ବଳ ପ୍ରମୁଖ ପରିଚାଳନା କରିଥିଲେ।

- Advertisement -

Leave A Reply

Your email address will not be published.