Take a fresh look at your lifestyle.

ଧାନମଣ୍ଡିକୁ ନେଇ ସମବାୟ ସମିତି ଫାଟକରେ ତାଲା ପକାଇ ଧାରଣା

0 8

 ଢେଙ୍କାନାଳ: ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ସମବାୟ ସମିତିରେ ଧାନ ମଣ୍ଡିକୁ ଏକ ନିର୍ଦ୍ଦିଷ୍ଟଗୋଷ୍ଠୀକୁ ଦେବାକୁ ନେଇ ମହିଳା ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ଧାନ ମଣ୍ଡିକୁ ନେଇ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ଗେଟରେତାଲା ପକାଇ ନାରାବାଜି କରିଥିବାର ଜଣାପଡିଛି ।

ଗଦାଶିଳା ପଞ୍ଚାୟତରେ ଥିବା ମହିଳା ଏସଏସଜି ଗ୍ରୁପକୁ ନେଇ ଏକ ପଞ୍ଚାୟତ ମହାସଙ୍ଘ ଜିପିଏଲପି ଗଠନ ହୋଇଛି । ସରକାରଙ୍କ ତରଫରୁ ଧାନ ମଣ୍ଡି କରିବା ନେଇ ସ୍ୱୟଂ ସହାୟକ ଗୋଷ୍ଠିକୁ ଅଗ୍ରାଧିକାର ଦେବାକୁ ନିଷ୍ପତି ହୋଇଥିଲା । କିନ୍ତୁ ଗଦାଶିଳା ପଞ୍ଚାୟତରେ ଥିବା ଜିପିଏଲଏଫ୍ ଓ ସିଏଲଏଫକୁ ନଜଣାଇ ଏକ ଗୋଷ୍ଠିକୁ ଧାନ ମଣ୍ଡି ଦାୟୀତ୍ୱ ପ୍ରଦାନ କରାଯାଇଛି ।ଏହାକୁ ନେଇ ମହିଳା ଗୋଷ୍ଠି ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ମହିଳା ମାନେ ଦିନ ୧୦ଟା ସମୟରେ ସମିତି ଫାଟକରେ ତାଲା ପକାଇ ଧାରଣା ଦେବା ସହିତ ଆନେ୍ଦାଳନ କରିଥିଲେ ।

ମହିଳା ସଙ୍ଘର ସଭାପତି ବୀଣାପାଣି ସାହୁଙ୍କ ସମେତ ଶତାଧିକ ମହିଳା ଯୋଗଦେଇଥିଲେ । ଏହାର ତଦନ୍ତ ସହିତ ନିତୀ ନୀୟମ ଅନୁୁସାରେ ଧାନ ମଣ୍ଡି କରିବାକୁ ଦାବୀ କରିଛନ୍ତି । ଏହି ଘଟଣାକୁ ନେଇ ସମିତିର ସମ୍ପାଦକ ଝାରଗାଡିଆ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିବା ପରେ ଆନେ୍ଦାଳନ ହଟିଥିଲା ।

- Advertisement -

Leave A Reply

Your email address will not be published.