Take a fresh look at your lifestyle.

ମହିଳାଙ୍କ ଠାରୁ ସୁନା ଝାମ୍ପିନେଲେ ଦୁର୍ଵୁତ

0 140

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଶାମଳ ଜଙ୍ଗଲ ନିକଟରେ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ଦୁର୍ଵୁତ ମାନେ ସୁନା ଲୁଟ ହୋଇଛି । ଏ ସଂକ୍ରାନ୍ତରେ ଭୁବନ ଥାନାରେ କେସ ନମ୍ବର ୧୨/୨୦୨୨ ରୁଜୁ କରି ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି । ମହିଳା ଜଣଙ୍କ ଯାଜପୁର ଜିଲ୍ଲା କାଳିଆ ପାଣି ଥାନା କାଙ୍କଡପାଳ ଗ୍ରାମର ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

କାଙ୍କଡପାଳ ଗ୍ରାମର ଅମର ବେହେରା ଓ ତାଙ୍କ ପତ୍ନୀ ବବି ଵେହେ ପୂର୍ବରୁ ଭୁବନର ମନପୁରମ ବ୍ୟାଙ୍କରେ ବନ୍ଧକ ଦେଇ ରଖିଥିବା ସୁନା ୩୦ ହଜାର ଟଙ୍କାରେ ମୁକୁଳ କରି ନିଜ ଘରକୁ ଫେରୁଥିବା ବେଳେ ଶାମଳ ଜଙ୍ଗଲ ନିକଟରେ ୨ଜଣ ଯୁବକ ଧସ୍ତାଧସ୍ତି କରିଵା ସହିତ ମାଡ଼ ମାରି ସୁନା ଵ୍ୟାଗକୁ ଛଡ଼ାଇ ନେଇ ଯାଇଥିଲେ । ସେହି ସମୟରେ ବଵି ପଛପଟୁ ଦୁର୍ଵୁତଙ୍କ ଫଟୋ ମୋବାଇଲରେ ଉତ୍ତୋଳନ କରିଥିଲେ ।

ଭୁବନ ଥାନାରେ ଅଭିଯୋଗ କରିବା ସହିତ ଉତ୍ତୋଳନ କରିଥିବା ଦୁର୍ଵୁତଙ୍କ ଫଟୋ ପୋଲିସକୁ ଦେଇଥିଲେ । ପୋଲିସ ଖୋଜାଖୋଜି କରି ଦୁର୍ଵୁତଙ୍କ ପତ୍ତା ପାଇନଥିଲେ ।

- Advertisement -

Leave A Reply

Your email address will not be published.