Take a fresh look at your lifestyle.

ଆଜି ଓଡିଶା ସମ୍ବାଦିକ ୟୁନିଅନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ମାଲକାନଗିରିରେ ପୁଲିସ ସାମ୍ବାଦିକ ମାନଙ୍କୁ ଅନ୍ୟାୟ ଗରିଫ କରିବା ଓ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ୨ ଲକ୍ଷ ରୁ ୫ ଲକ୍ଷ କୁ ବୃଦ୍ଧି ଏବଂ ସେଥିରେ ବାପା, ମା’ ସାମିଲ କରିବା ସହ ସାମ୍ବାଦିକ ସୁରକ୍ଷା ବିଲ ଉପରେ ଦାବି ଯୋରଦାର ହେବା ର ଆଭାସ ମିଳୁଛି

0 65

ଭୂବନେଶ୍ୱର- ଓଡିଶାର ଅଗ୍ରଣୀ ଓ ବୃହତ୍ତସମ୍ବାଦିକ ସଂଘ ଓଡିଶା ସମ୍ବାଦିକ ୟୁନିଅନ(ଓୟୁଜେ) 50 ବର୍ଷ ଅତିକ୍ରମ କରିଛି । ଆଜି ଓୟୁଜେ ଭୁବନେଶ୍ୱର ଜୟଦେବ ଭବନରେ ସୂବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତୁତି ଚୁଡାନ୍ତ କରିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ଅତିଥି ଭାବେ ଯୋଗ ଦେଇ ସମ୍ବୋଧିତ କରିବେ ।

ସାରା ରାଜ୍ୟରେ ଶୀତ ପ୍ରକୋପ ବଢି ଚାଲିଥିଲେ ବି ଖାତିର ନକରି ସମାରୋହ ରେ ଯୋଗ ଦେବା ପାଇଁ ରାଜ୍ୟ ର କୋଣ ଅନୁକୋଣ ରୁ ସାମ୍ବାଦିକ ମାନେ ଭୁବନେଶ୍ୱର ରେ ପହଞ୍ଚିବାରେ ଲାଗିଛନ୍ତି । ସମାରୋହ ର ସଫଳତା ପାଇଁ ଓୟୁଜେର ସର୍ବମାନ୍ୟ ନେତା ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ସାଧାରଣ ସମ୍ପାଦକ ଅଶୋକ ନନ୍ଦଙ୍କ ସମେତ କର୍ମକର୍ତ୍ତା ମାନେ ଉଦ୍ୟମ ଜାରି ରଖିଛନ୍ତି । ସମାରୋହ ଦିନ ୧୧ ଟାରେ ଆରମ୍ଭ ହେଉଥିବାରୁ ତା ପୁର୍ବରୁ ସଦସ୍ୟ ମାନେ ପହଞ୍ଚିବାକୁ ସଂଘ ପକ୍ଷରୁ ସଭ୍ୟ ମାନଙ୍କୁ ସୂଚନା ଦିଆଯାଇଛି ।

ପ୍ରକାଶ ଥାଉକି, ଓୟୁଜେ ସୂବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସାରା ରାଜ୍ୟରେ ବିଭିନ୍ନ କାଯ୍ୟକ୍ରମ ଆୟୋଜନ କରି ଆସୁଛି । ମାଲକାନଗିରିରେ ପୁଲିସ ସାମ୍ବାଦିକ ମାନଙ୍କୁ ଅନ୍ୟାୟ ଗରିଫ କରିବା ଓ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ୨ ଲକ୍ଷ ରୁ ୫ ଲକ୍ଷ କୁ ବୃଦ୍ଧି ଏବଂ ସେଥିରେ ବାପା, ମା’ ସାମିଲ କରିବା ସହ ସାମ୍ବାଦିକ ସୁରକ୍ଷା ବିଲ ଉପରେ ଦାବି ଯୋରଦାର ହେବା ର ଆଭାସ ମିଳୁଛି ।

- Advertisement -

Leave A Reply

Your email address will not be published.