Take a fresh look at your lifestyle.

କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର

ମହାମାରୀ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସଚେତନ କରାଇବାସହ ସ୍ୱାଇନଫ୍ଲୁ, ମେଲେରିଆ, ଜଳ ଓ ବାୟୁବାହିତରୋଗରୁ ରକ୍ଷା , କନ୍ୟାଭୃଣ ହତ୍ୟା ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି ।

0 23

Get real time updates directly on you device, subscribe now.

କୋଣାର୍କ : କୋଣାର୍କ ଭଗବତୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୧୯ ତାରିଖ ଠାରୁ କୋଣାର୍କ ଏନଏସି ଅନ୍ତର୍ଗତ ୧୧ନମ୍ବର ୱାଡର ନଳକଣ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ସପ୍ତଦିବସୀୟ +୨ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିରର ।

ମହାବିଦ୍ୟାଳୟର +୨ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସୁରେନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ଆୟୋଜିତ ଏହି ସପ୍ତଦିବସୀୟ ଜାତୀୟ ସେବା ଯୋଜନା ଶିବିରରକୁ ଅବସରପ୍ରାପ୍ତ ଅଧ୍ୟାପକ ଶରତ ପ୍ରଧାନ, ସୋଲାର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ସମାଜସେବୀ ସୁବାଷ ବରାଲ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର +୩ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଭାକର ପାତ୍ର ଉପସ୍ଥିତ ଥିଲେ ।

ଶିବିରାର୍ଥୀମାନେ ଗ୍ରାମର ବିଭିନ୍ନ ଗଳି କନ୍ଦି, ସ୍କୁଲ, ରାସ୍ତାଘାଟ ଓ ଗ୍ରାମ୍ୟ ମନ୍ଦିରରେ ପଡି ରହିଥିବା ଅଳିଆ ଅବର୍ଜନାକୁ ସଫେଇ କରିବା ସହ ସ୍ୱଛତା ସମ୍ପର୍କରେ ଗ୍ରାମବାସୀମାନଙ୍କୁ ସଚେତନ କରାଉଛନ୍ତି । ଏଥିସହ ଶିବିରାର୍ଥୀମାନେ ପ୍ରତ୍ୟକଙ୍କ ଘରକୁ ଯାଇ ମହାମାରୀ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସଚେତନ କରାଇବାସହ ସ୍ୱାଇନଫ୍ଲୁ, ମେଲେରିଆ, ଜଳ ଓ ବାୟୁବାହିତ ରୋଗରୁ କିଭଳି ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଅବଗତ କରାଉଥିବା ବେଳେ କନ୍ୟାଭୃଣ ହତ୍ୟା ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି ।

‘କନ୍ୟାରତନ କର ଯତନ’ ନାରାକୁ ଗ୍ରାମର ପ୍ରତ୍ୟକ ବ୍ୟକ୍ତିଙ୍କୁ ଜଣାଇବା ସହ ପରିବାରର ପ୍ରତ୍ୟକ ସଦସ୍ୟଙ୍କୁ ସ୍ୱାକ୍ଷର ହେବା ପାଇଁ ଅନୁରୋଧ କରୁଛନ୍ତି । ଗ୍ରାମବାସୀଙ୍କୁ ପରିମଳ, ଉପଭୋକ୍ତା ଅଧିକାର, ଶିକ୍ଷାଧିକାର ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସଚେତନ କରାଇବା ହେଉଛି ଜାତୀୟ ସେବାଯୋଜନାର ମୂଳ ଲକ୍ଷ୍ୟ । ଏହି ଶିବିରରେ ମହାବିଦ୍ୟାଳୟର ୨୫ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଆସନ୍ତା ୨୫ତାରିଖରେ ଉଦଯାପିତ ହେବ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.