Take a fresh look at your lifestyle.

ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ,ଫୋକସ୍-ପଂଚାୟତ ନିର୍ବାଚନ

ବିଜେଡି ଗୁଣ୍ଡାମାନଙ୍କର ଆକ୍ରମଣକୁ ଦୃଢ ଭାବେ ନିନ୍ଦା

0 27

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର, ଦୁର୍ନୀତି, ଅତ୍ୟାଚାର, ବ୍ୟଭିଚାର ଏପରିକି ମମିତା ମେହେର ପ୍ରସଙ୍ଗକୁ ପ୍ରତ୍ୟେକ ୱାର୍ଡସ୍ତରକୁ ନେବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ ତଦ୍ ସଙ୍ଗେ ସଙ୍ଗେ ଆଗାମୀ ପଂଚାୟତ ନିର୍ବାଚନ ଉପରେ ବିଷଦ୍ ଭାବେ ଆଲୋଚନା କରି ଦଳୀୟ ପ୍ରାର୍ଥୀଙ୍କୁ ୱାର୍ଡ ମେମ୍ବର ଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ପର୍ଯ୍ୟନ୍ତ ଜିତାଇବା ପାଇଁ ଗୁରୁମନ୍ତ୍ର ଦେଇଥିଲେ ।

ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକାରିଣୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବିଗତ ଦିନରେ ନିଆଯାଇଥିବା ଲୋକାଭିମୁଖୀ ଯୋଜନାଗୁଡିକ ଉପରେ ଆଲୋକପାତ କରି ଏହାର ପ୍ରଚାର ପ୍ରସାର ପାଇଁ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ପ୍ରଭାରୀ ପ୍ରଭାତୀ ପରିଡା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ଜିଲ୍ଲା ସଭାପତି ବିଭୁତି ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘନ ଜେନା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଗତ ପଂଚାୟତ ନିର୍ବାଚନ ଉପରେ ସେମାନଙ୍କର ଅନୁଭୁତି କାର୍ଯ୍ୟକର୍ତାଙ୍କୁ ଅବଗତ କରିବା ସହ ଏବେ ଠାରୁ ସଜାଗ ରହି ଆଗାମୀ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆହ୍ୱାନ ଦେଇଥିଲେ ।

ମାନ୍ୟବର ପ୍ରଧାନମନ୍ତ୍ରୀ ୧୦୦ କୋଟିରୁ ଅଧିକ ଜନସାଧାରଣଙ୍କୁ ମାଗଣା କରୋନା ଟୀକା ଯୋଗାଇ ଦେଇଥିବାରୁ ଓ ଓଡିଶାବାସୀଙ୍କୁ ଆହୁରି ୮ମାସର ରାସନ ପ୍ରଦାନ କରିଥିବାରୁ ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଦିଆଯାଇଥିଲା । ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଘଟଣାକୁ ନେଇ ୧୨ଦଫା ସମ୍ବଳିତ ଏକ ରାଜନୈତିକ ଚିଠା ଯଥା ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ପକ୍ଷଭୁକ୍ତ କରିବା ସହ ସିବିଆଇ ତଦନ୍ତ ଦାବୀ କରାଯାଇଥିଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେର୍ଫେର୍ ଓ ବିନିଯୋଗ ସାର୍ଟିଫିକେଟ୍ ନଦେଇ କେନ୍ଦ୍ର ସରକାରଙ୍କୁ ବଦ୍ନାମ୍ କରିବା ପାଇଁ ବିଜେଡି ସରକାରର ଅପଚେଷ୍ଟାକୁ ପୁଣି ନିନ୍ଦା କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଗୋଷ୍ଠୀ କେନ୍ଦ୍ର ମାନଙ୍କରେ ଖାଲି ଥିବା ଡାକ୍ତର ଓ କର୍ମଚାରୀ ନିଯୁକ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟରୁ ରୋଗୀ ଓ ତାଙ୍କର ସଂପର୍କୀୟଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଏକ ଫାଣ୍ଡି ଖୋଲିବା, ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବଂଟା ଯାଉଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ବିନା ପଇସାରେ ଏ.ଟି.ଏମ୍. ସହ ତୁଳନା କରି ଏହାକୁ ତୀବ୍ର ନିନ୍ଦା କରିବା, ପୋଲିସ୍ର ଜ୍ଞାତରେ ଜିଲ୍ଲାରେ ଧଳା ଜହର ବେପାର ଦ୍ରୁତ ଗତିରେ ବୃଦ୍ଧି ପାଇ ଯୁବ ସମାଜକୁ ପଥଭ୍ରଷ୍ଟ କରିବା ଓ ଥାନା ଗୁଡିକ ବିଜେଡିର କାର୍ଯ୍ୟାଳୟ ଭାବେ କାମ କରିବା, ଏ ଦିଗରେ ନୂତନ ଏସ୍.ପି.ଙ୍କୁ ଧ୍ୟାନ ଦେବା ପାଇଁ ଦାବୀ, ହାତୀ ଉପଦ୍ରବରେ ବହୁ ଚାଷୀ ଓ ଜନସାଧାରଣ ମୃତୁ୍ୟବରଣ କରିବା ସହ ସେମାନଙ୍କର ଫସଲ ବାସଗୃହ ନଷ୍ଟ ପାଇଁ କ୍ଷତିପୂରଣ ଦେବା ଦାବୀ, ଜୱାଦ ବାତ୍ୟାରେ ପ୍ରବଳ ବର୍ଷା ହେତୁ ନଷ୍ଟ ହୋଇଥିବା ଧାନ ଫସଲକୁ ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା, ଭୁବନ କାଳୀ ବଜାର ଠାରୁ ଏନ୍.ଏଚ୍.-୫୫ ପର୍ଯ୍ୟନ୍ତ ମରଣଯନ୍ତା ରାସ୍ତାକୁ ତୁରନ୍ତ ସଜାଡିବା, ଧନିଆନାଳୀ ଠାରୁ ଖଙ୍କିରା ପର୍ଯ୍ୟନ୍ତ ଥିବା ଜଙ୍ଗଲ ରାସ୍ତାକୁ ଅନ୍ୟାୟ ଭାବେ ଜଙ୍ଗଲ ବିଭାଗ ବନ୍ଦ କରିଦେବା ଯଦ୍ୱାରାକି ଜଙ୍ଗଲ ଭିତରେ ଥିବା ଚାରୋଟି ଗ୍ରାମର ଗ୍ରାମବାସୀ ଓ ଖଙ୍କିରା ସମେତ ୫ ଟି ପଂଚାୟତର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କାଲୁରିଆ ଗ୍ରାମପଂଚାୟତ ଠାକୁରପାଳ ଗ୍ରାମର ଆଶା କର୍ମୀଙ୍କୁ ଜୀବନରେ ମାରିଦେବା ଉଦେ୍ଦଶ୍ୟରେ ଖତଗଦାରେ ପୋତିଥିବା ଆସାମୀମାନଙ୍କୁ ତୁରନ୍ତ ଗିରଫ, ଜିଲ୍ଲାରେ ବିଦୁ୍ୟତ୍ ବିତରଣ ଦାୟିତ୍ୱ ନେଇଥିବା ଟାଟା କଂପାନୀର ମନମୁଖୀ ଶାସନ, ଅଧିକ ବିଲ୍ ଓ ଦେୟ ଆଦାୟ, ମନଇଚ୍ଛା ଲାଇନ୍ କାଟ୍ ଇତ୍ୟାଦି ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏଗୁଡିକ ପ୍ରତି ପ୍ରଶାସନ ତଥା ରାଜ୍ୟ ସରକାର ଯଦି ଧ୍ୟାନ ନଦିଅନ୍ତି ତାହାଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନି ଦିଆଯାଇଅଛି ।

ସେହିଭଳି ମୁଖ୍ୟମନ୍ତ୍ରୀ ଢେଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଂଟିବା ପାଇଁ ଆସିଥିବା ସଭାରେ ଜନୈକ ନିର୍ବାଚିତ ପ୍ରତିନିଧି ବିରୋଧିଙ୍କୁ କୁକୁର କହିବା ଓ ଗଣତନ୍ତ୍ର ମାଧ୍ୟମରେ ବିଜେପି କାର୍ଯ୍ୟକର୍ତାମାନେ ମମିତା ମେହେର ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ବିଜେଡି ଗୁଣ୍ଡାମାନଙ୍କର ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରାଯାଇଥିଲା । ଉକ୍ତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିବାସ୍ଥଳେ ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ ।

ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ ଓ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତା ସ୍ୱାଇଁ ଏହାକୁ ସମର୍ଥନ କରିଥିଲେ । ପ୍ରାରମ୍ଭରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତୁ୍ୟ ବରଣ କରିଥିବା ସିଡିଏସ୍ ବିପିନ୍ ରାୱତ୍ଙ୍କ ସମେତ ସମସ୍ତ ମୃତକଙ୍କ ପାଇଁ ଏକ ଶୋକ ପ୍ରସ୍ତାବ ଆଗତ କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳାମୋର୍ଚ୍ଚା ଉପସଭାନେତ୍ରୀ ନିରୋଜ ନଳିନୀ ମହାଳିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା, ଜିଲ୍ଲା ଉପସଭାପତି ପବିତ୍ର କୁମାର ବିଶ୍ୱାଳ, ସନାତନ ବେହେରା, ଇତିଶ୍ରୀ ସାହୁ, ଭାରତୀ ସ୍ୱାଇଁ, ଜିଲ୍ଲା ସାଧାରଣ ସଂପାଦକ ରାସବିହାରୀ ବେହେରା, ରତିକାନ୍ତ ସାହୁ, ସଂପାଦକ ସୁଶାନ୍ତ ପତି, ରୁନୁବାଳା ରାଉତ, ଯମୁନା ଟୁଡୁ, କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସହଦେବ ପୃଷ୍ଟି, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଶାନ୍ତ ପ୍ରଧାନ, ସଂଖ୍ୟାଲଘୁ ଜିଲ୍ଲା ସଭାପତି ଶେକ୍ ସଲ୍ଲାଉଦ୍ଦିନ୍, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଞ୍ଜନ ପାଣି, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ସତ୍ୟ ରଞ୍ଜନ ଭୂୟାଂ, ରାଜ୍ୟ ପରିଷଦ ସଦସ୍ୟ କମଳିନୀ ମହାନ୍ତି, ଭାବଗ୍ରାହୀ ନାଏକ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ସସ୍ମିତା ସାମଲ, ରୋଜାଲିନି ପାତ୍ର, ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସଂପାଦକ, ଜିଲ୍ଲା ପ୍ରତିନିଧି, ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପଦ୍ମଭୂଷଣ ସାହୁ, ପୂର୍ବତନ ନଗର ମଣ୍ଡଳ ସଭାପତି ନିରୋଦ କୁମାର ସାହୁ, ସୁଚିତ୍ର ବେହେରା, ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଶେଷରେ ଜିଲ୍ଲା ସାଧାରଣ ସଂପାଦକ ରତିକାନ୍ତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.