Take a fresh look at your lifestyle.

ଭାରତ ସ୍କାଉଟ ଓ ଗାଇଡ୍ସର ରକ୍ତଦାନ ଶିବିର , ୭୬ ୟୁନିଟ ରକ୍ତ ସଂଗୃହିତ

0 9

ଢେଙ୍କାନାଳ : ଭାରତ ସ୍କାଉଟ ଓ ଗାଇଡ ଢେଙ୍କାନାଳ ଶାଖା ପକ୍ଷରୁ ରକ୍ତଦାନ ଶିବିର ଲକ୍ଷ୍ମୀଧର ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସହାୟତାରେ ଆୟୋଜିତ ଏହି ଶିବିରରେ ଏକ ରେକର୍ଡ ସଂଖ୍ୟକ ୭୬ ୟୁନିଟ ରକ୍ତ ସଂଗୃହିତ ହୋଇଛି ।

ଏହି ଅବସରରେ ସଦର ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନ ଉତ୍ସବରେ ଉଦଘାଟକ ଭାବେ ସଦର ବିଧାୟକ ସୁଧିର କୁମାର ସାମଲ, ମୁଖ୍ୟ ଅତିଥି ଭାବେ ସଦର ଉପଜିଲ୍ଲାପାଳ ସ୍ମିଗ୍ଧା ଧଳ, ସମ୍ମାନୀତ ଅତିଥି ଭାବେ ଡିଇଓ ନିବେଦିତା ପାଣି, ରେଡକ୍ରସ ସଂସ୍ଥାର ଉପାଧ୍ୟକ୍ଷ ବିରଂଚି ନାରାୟଣ ପାଣି, ଜିଲ୍ଲା ସ୍କାଉଟ ଓ ଗାଇଡ ସଂପାଦକ ତଥା ଶାରିରୀକ ଶିକ୍ଷା ନିରୀକ୍ଷକ ସୁଶ୍ରୀ ସୌଦାମିନି ଦାଶ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

ରକ୍ତଦାନ ଦ୍ୱାରା ରକ୍ତଦାତା ନିଜେ ସୁସ୍ଥ ରହିବା ସହିତ ଅନ୍ୟ ଏକ ନିରୀହ ଜୀବନକୁ ମୃତ୍ୟୁ ମୁଖରୁ ରକ୍ଷା କରିପାରେ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ଉପଜିଲ୍ଲାପାଳ ଶ୍ରୀମତୀ ଧଳ, ବିଇଓ ଶ୍ରୀ ରାଉତ ଶିବିରରେ ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

ଢେଙ୍କାନାଳ ରକ୍ତ ଭଣ୍ଡାରର ଡା. ଜୟନାରାୟଣ ପାଢୀଙ୍କ ନେତୃତ୍ୱରେ ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଏବିଇଓ ଅଦୈତ କୁମାର ସାମଲ, ଦେବବ୍ରତ ନାଥ, ସମସ୍ତ ସିଆରସିସି, ଶିକ୍ଷକ ଅଶିତ ମିଶ୍ର, ପବିତ୍ର ବିଶ୍ୱାଳ, ବିଷ୍ଣୁ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ସ୍କାଉଟ ଓ ଗାଇଡର ଜିଲ୍ଲା ତାଲିମ କମିଶନର ନରେଶ କୁମାର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶୀମତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.