Take a fresh look at your lifestyle.

ବଙ୍ଗଳାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତି ସ୍ମୃତିଚାରଣ ସଭା

0 11

Get real time updates directly on you device, subscribe now.

ଢେଙ୍କାନାଳ  : ୧୯୭୧ମସିହା ପାକିସ୍ଥାନ-ଭାରତ ଯୁଦ୍ଧରେ ପଶ୍ଚିମ ପାକିସ୍ଥାନର ପରାଜୟ ସହ ପୂର୍ବ ପାକିସ୍ଥାନ ୧୯୭୧ ମସିହା ଡିସେମ୍ବର ୧୬ତାରିଖରେ ସ୍ୱାଧୀନ ହୋଇ ବଙ୍ଗଳାଦେଶ ନାଁରେ ନୂତନ ଦେଶ ଗଠନ ହେଲା । ଲୌହମାନବୀ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ବଙ୍ଗଳାଦେଶ ସ୍ୱାଧୀନର ନେତୃତ୍ୱ ନେଇଥିଲେ ବୋଲି ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡ୍ଭୋକେଟ ମନୋରଞ୍ଜନ ପଟ୍ଟନାୟକ ସ୍ମୃତିଚାରଣ ସଭାରେ ମତବ୍ୟକ୍ତ କରିଛନ୍ତି ।

ସମାଜବାଦୀ ନେତା ସରୋଜ ଶତପଥି ଯୋଗଦାନ କରି ବର୍ତମାନ କେନ୍ଦ୍ର ସରକାର ଭାରତ-ବଙ୍ଗଳା ଦେଶ ୫୦ବର୍ଷର ସଂପର୍କର ପୂର୍ତି ଉତ୍ସବ ପାଳନ କରୁଛନ୍ତି ବୋଲି କହିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ଦୃଢ଼ ନେତୃତ୍ୱକୁ ସେତେବେଳର ଲୋକସଭା ସଦସ୍ୟ ଅଟଳ ବିହାରୀ ବାଜପେୟୀ ଭୂୟସୀ ପ୍ରଶଂସା କରିଥିଲେ ବୋଲି ଶ୍ରୀ ଶତପଥି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ଦିଲ୍ଲିପ ନନ୍ଦ, ଇଂ. ଡମ୍ବରୁଧର ପଣ୍ଡା, ଉପେନ୍ଦ୍ର ରାଉତ, ସମୀର ସାହୁ, ପୀତବାସ ସାହୁ, ଦେବ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଢେଙ୍କାନାଳ ଉଫୁନା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଉଫୁନାର ରାଜ୍ୟ ସଭାପତି ଆଡ୍ଭୋକେଟ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ବାହାଦୂର ପାଟସାହାଣୀ ସ୍ୱାଗତ ଭାଷଣ ପ୍ରଦାନ ଓ ଶେଷରେ ଅଫିସ୍ ସଂପାଦକ ବିଚିତ୍ରାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.