Take a fresh look at your lifestyle.

ବିଶ୍ୱ କୁନ୍ତଳ ଶିଶୁ ଗୃହରେ ଡ. ରାଧାନାଥ ରଥଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହ

"ସମାଜ'କୁ ଜନସେବାର ଏକ ମହାଦ୍ରୁମରେ ଡ. ରଥ ହିଁ ପରିଣତ କରିଯାଇଛନ୍ତି

0 20

Get real time updates directly on you device, subscribe now.

ଢେଙ୍କାନାଳ : ଓଡିଆ ସାମ୍ବାଦିକତାର ପିତାମହ ଭୀଷ୍ମ, ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ, ଅଗ୍ରଣୀ ସମାଜସେବୀ ଓ ଓଡିଶାର ପୂର୍ବତନ ବରିଷ୍ଠ ମନ୍ତ୍ରୀ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ କୀର୍ତି ଓ କୃତୀ ଆଜିର ଯୁବ ସମାଜ ପାଇଁ ପଥପ୍ରଦର୍ଶକ ବୋଲି ମହୁଲପଡା ବିଶ୍ୱ କୁନ୍ତଳ ଶିଶୁ ଗୃହରେ ଆୟୋଜିତ ଡ. ରଥଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବ ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ ରଖିଥିଲେ । ଉକ୍ରଳମଣି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ଦୈନିକ ଖବରକାଗଜ “ସମାଜ’କୁ ଜନସେବାର ଏକ ମହାଦ୍ରୁମରେ ଡ. ରଥ ହିଁ ପରିଣତ କରିଯାଇଛନ୍ତି । ତାଙ୍କ ସେବା, ନିଷ୍ଠା ଓ ତିତିକ୍ଷାର ପ୍ରତିଫଳନ ହେଉଛି “ସମାଜ’ । ତାଙ୍କ ପାଇଁ ମାନବ ସେବା ହିଁ ମାଧବ ସେବା ଥିଲା । ଆଜିର ଶିଶୁ କାଲିର ନାଗରିକ । ଶିଶୁ ଗୃହର ଅନ୍ତେବାସୀଗଣ ଶିକ୍ଷାରେ ମନୋନିବେଶ କରି ଜୀବନର ଉଚ୍ଚତମ ସୋପାନ ଆହରଣ କରନ୍ତୁ ବୋଲି ସାଂସଦ ଶ୍ରୀ ସାହୁ କହିଥିଲେ ।

ଉତ୍ସବରେ ଅଧ୍ୟକ୍ଷତା କରି “ପଦ୍ମଭୂଷଣ ଡ. ରାଧାନାଥ ରଥ ଜୟନ୍ତୀ କମିଟି, ଢେଙ୍କାନାଳର ସଭାପତି ପ୍ରଦୁ୍ୟମ୍ନ ରଥ ଡ. ରଥଙ୍କ ଜୀବନୀ ଓ ସମାଜସେବା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିମାନେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଅନୁରାଧା ଗୋସ୍ୱାମୀ, ୟୁନିସେଫ୍ ପ୍ରତିନିଧି ଅଙ୍ଗୁର୍ ମିଶ୍ର ଓ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସଭ୍ୟ ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଡ.ରଥଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ତେବାସୀମାନଙ୍କ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ । ଶିଶୁଗୃହର ମୁଖ୍ୟ ପରିଚାଳିକା ତଥା “ଇଶୋ’ ଅନୁଷ୍ଠାନର ସଂପାଦିକା ପୁଷ୍ପାଞ୍ଜଳି ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁଗୃହର ଅନ୍ତେବାସୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଅନୁଷ୍ଠାନର କର୍ମଚାରୀ ମିଞ୍ଜି ସେନାପତି, ଶୁଭଶ୍ରୀ ଦାସ ଓ ଅନୁସୂୟା ନାୟକ ଉତ୍ସବରେ ସହଯୋଗ କରିଥିଲେ । ଚିତ୍ରଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସଭା ସଂଯୋଜନା କରିଥିଲେ । ଜିଲ୍ଲା ସକ୍ରିୟ ନାଗରିକ ପରିଷଦର ଉପସଭାପତି ଅଖିଳ ମହାପାତ୍ର, କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ, ସଭ୍ୟ ନଡିଆଳିର ଶିଳ୍ପଦ୍ୟୋଗୀ କ୍ଷେତ୍ରମୋହନ ସାହୁ, ଟୁକୁନା ସେଠୀ, ଶିଶୁଗୃହର ଦୀପ୍ତିମୟୀ ନାୟକ, ନୃସିଂହ ପ୍ରଧାନ, ରଣଜିତ୍ ଦେହୁରୀ ଓ ସନ୍ତୋଷ ଦାସ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ଜିଲ୍ଲା ରକ୍ତଭଣ୍ଡାରର ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା ଓ ସହଯୋଗୀ ଅଜୟ ସ୍ୱାଇଁ ଅନ୍ତେବାସୀଙ୍କ ରକ୍ତ ବର୍ଗୀକରଣ କରିଥିଲେ । ଶିଶୁ କଲ୍ୟାଣ କମିଟିର ବିଶେଷଜ୍ଞା ଭାନୁମତୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.