Take a fresh look at your lifestyle.

ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.)ର ରାଜ୍ୟ କମିଟି ପୁନର୍ଗଠିତ

ପ୍ରଭାତ ତ୍ରିପାଠୀ କାର୍ଯ୍ୟକାରୀ ସଭାପତି ଓ ରବି ରଥ ଉପ-ସଭାପତି ମନୋନିତ

0 13

Get real time updates directly on you device, subscribe now.

ବ୍ରହ୍ମପୁର : ଦେଶର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.) ର ଓଡିଶା ରାଜ୍ୟ ସଂଗଠନକୁ ଆହୁରି ସୁଦୃଢ କରିବା ନିମନ୍ତେ ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ କାର୍ଯ୍ୟକାରୀ ସଭାପତି ଓ ବରିଷ୍ଠ ସାମ୍ବାଦିକ ତଥା ଶ୍ରମିକ ନେତା ରବି ରଥଙ୍କୁ ଉପ-ସଭାପତି ଭାବେ ନୂତନ ଦାୟିତ୍ୱ ମିଳିଛି । ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.) ର ଓଡିଶା ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କମିଟିର ଏକ ସ୍ୱତନ୍ତ୍ର ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ହିନ୍ଦ ମଜଦୂର ସଭାର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବୀକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ନିମନ୍ତେ ନୂତନ କାର୍ଯ୍ୟକାରୀ ସଭାପତି ଓ ଉପ-ସଭାପତି ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପାତ୍ର ଆଶାବ୍ୟକ୍ତ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.