Take a fresh look at your lifestyle.

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ ସଚେତନତା କାର୍ଯ୍ୟକ୍ରମ

0 10

Get real time updates directly on you device, subscribe now.

ଢେଙ୍କାନାଳ : ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍. ଏଲ୍. ଏନ୍. )ଦକ୍ଷତା ହାସଲ ଉଦେ୍ଦଶ୍ୟରେ ବିଦ୍ୟାଳୟରେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀ ଛାତ୍ର ମାନଙ୍କର ମା ମାନଙ୍କ ସହିତ ପ୍ରଥମ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଙ୍କ ଆବାହକତରେ ବିଦ୍ୟାଳୟର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ସ୍ୱୀୟ ବକ୍ତବ୍ୟରେ ଏହି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍. ଏଲ୍. ଏନ୍. ) ଦକ୍ଷତା ହାସଲ ଉଦେ୍ଦଶ୍ୟରେ ବିଦ୍ୟାଳୟରେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀ ଛାତ୍ର ମାନଙ୍କର ମା ମାନଙ୍କ ସହିତ ପ୍ରଥମ ସଚେତନତା କାର୍ଯ୍ୟକ୍ରମ -୨୦୨୩ର ଆଭିମୁଖ୍ୟ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲରେ ମାତା, ପିତା,ଅଭିଭାବିକା, ଅଭିଭାବକ ,ଶିକ୍ଷୟିତ୍ରୀ, ଶିକ୍ଷକ ମାନଙ୍କର ଭୂମିକା, ଦାୟିତ୍ୱ ଓ କର୍ତବ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।

ଜାତୀୟ ଶିକ୍ଷାନୀତି ୨୦୨୦ ରେ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହାଦ୍ୱାରା ୨୦୨୬-୨୭ ସୁଦ୍ଧା ତୃତୀୟ ଶ୍ରେଣୀ ଶେଷ କରିଥିବା ସବୁ ପିଲାମାନେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସମସ୍ତ କୌଶଳ ଗୁଡ଼ିକୁ ହାସଲ କରିପାରିବେ ବୋଲି ମଞ୍ଚସୀନ ଅତିଥିବୃନ୍ଦ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।

ଏଥିରେ ବିଦ୍ୟାଳୟର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ ,ଏଲିମେଂଟାରି ଶିକ୍ଷୟିତ୍ରୀ ଅନିତା ସାହୁ, ସ୍ମିତା ପଟ୍ଟନାୟକଙ୍କ ପରୋକ୍ଷ ଓ ପ୍ରତ୍ୟେକ୍ଷ ତତ୍ୱାବଧାନ , ସଂଯୋଜନା ଓ ପରିଚାଳନାରେ ଛାତ୍ରମାନେ ସେମାନଙ୍କର ମା’ ମାନଙ୍କ ସହିତ ବହୁ ସଂଖ୍ୟାରେ ଯୋଗଦାନ କରି ଏଫ୍.ଏଲ୍ .ଏନ୍. ସମ୍ପର୍କରେ ଶପଥପାଠ, ପ୍ଲାକାର୍ଡÿ ଧରି ସ୍ଲୋଗାନ ମାନ ଦେଇ,ଲିଫଲେଟ୍ ବଣ୍ଟନ ଓ ଗୃହ ଭିତରେ ବାହାରେ ଶାରୀରିକ କ୍ରିୟା -କଳାପ ,ଗଳ୍ପ କଥନ ,ଗଣିତ ଓ ଶବ୍ଦ ଖେଳ, ବିଭିନ୍ନ ଶିକ୍ଷଣ ଭିତିକ କାର୍ଯ୍ୟକ୍ରମ ଭଳି ଆହୁରି ଅନେକ ଶିକ୍ଷଣୀୟ ଜନସଚେତନତା ମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ତଥା ସଫଳ ଅଂଶଗ୍ରହଣ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର , ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ ,ଏଲିମେଂଟାରି ଶିକ୍ଷୟିତ୍ରୀ ଅନିତା ସାହୁ, ସ୍ମିତା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.