Take a fresh look at your lifestyle.

ଛାତ୍ରଛାତ୍ରୀମାନେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଆହ୍ୱାନ 

0 7

Get real time updates directly on you device, subscribe now.

ଢେଙ୍କାନାଳ ସଦର : (ନି.ପ୍ର): ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ରଞ୍ଜାସ୍ଥିତ ରୟାଲ ଇଣ୍ଟରନ୍ୟାସ୍ନାଲ ପବ୍ଲିକ୍ ସ୍କୁଲ୍ର ବାର୍ଷିକ ଉତ୍ସବ “ରୟାଲ୍ ଫେଷ୍ଟ’ ଶନିବାର ଅନୁଷ୍ଠିତ ହୋଇଯାଇଛି ।

ବାର୍ଷିକ ଉତ୍ସବକୁ ଢେଙ୍କାନାଳ ଏମ୍ପି ମହେଶ ସାହୁ ଉଦ୍ଘାଟନ କରି କହିଲେ, ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଶିଶିର ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀମାନେ ଜ୍ଞାନ, ମନବୃଦ୍ଧି ଏବଂ ଅଭ୍ୟାସରେ ପରିବର୍ତ୍ତନ ଆଣିଲେ ନିଜର ବ୍ୟକ୍ତିତ୍ୱର ବିକାଶ ହୋଇପାରିବ ବୋଲି କହିଥିଲେ ।

ବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅକ୍ଷୟ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ସ୍ୱଳ୍ପ ଆୟ କରି ଅଭିଭାବକମାନଙ୍କ ପାଇଁ ଏହି ବିଦ୍ୟାଳୟ ପ୍ରୋତ୍ସାହନ ଦେଇଆସୁଥିବା କହିଥିଲେ । ନିଦେ୍ର୍ଦଶକ ସରୋଜକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଅନିଲ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ।

ସମ୍ପାଦକ ମନୋରଞ୍ଜନ ଦାସ ଉତ୍ସବରେ ଯୋଗଦେଇ ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.