Take a fresh look at your lifestyle.

ଯୋଗ ଥେରାପିଷ୍ଟ ଆସୋସିଏସନ ପକ୍ଷରୁ କର୍ମଶାଳା

0 7

Get real time updates directly on you device, subscribe now.

ଢେଙ୍କାନାଳ  : ଢେଙ୍କାନାଳ ସହରସ୍ଥିତ ଦକ୍ଷୀଣକାଳୀ ରୋଡଠାରେ ଥିବା ବ୍ରିଟିଶ ପବ୍ଲିକ ସ୍କୁଲ ପରିସରରେ ଯୋଗ ଥେରାପିଷ୍ଟ ଆସୋସିଏସନ ପକ୍ଷରୁ ମଧୁମେହ ସମ୍ପର୍କିତ ଏକ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ହୋମିଓପାଥିକ ଅଫିସର ଡ. କୃଷ୍ଣ ମୋହନ ମିଶ୍ର, ସମ୍ମାନିତ ଅତିଥି ଭାବେ ସୋଗର ଆୟୁଷ ମେଡିକାଲ ଅଫିସର ଡ. ଦେବୀ ପ୍ରସାଦ ସେଠି, ଡ. ସୁଧାଂଶୁବାଳା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ମଧୁମେହର କାରଣ, ନିରାକରଣ ଓ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ ।

ଆୟୁଷ ଡ. ଓମ୍ ପ୍ରକାଶ ବରାଳ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗ ଓ ପ୍ରାକୃତିକ ଚିକିତ୍ସା ଦ୍ୱାରା ମଧୁମେହ ରୋଗର ଉପଚାର ସମ୍ଭବ ବୋଲି କହିଥିଲେ ।

ସୁଶିଲ କୁମାର ପଣ୍ଡା ଆଦର୍ଶ ଦିନଚର୍ଯ୍ୟା ମାଧ୍ୟମରେ ନିରୋଗ ଜୀବନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ନିଖିଳ ଭାଗବତ ପ୍ରଚାର ସମିିତିର ପ୍ରଚାରକ ବାବା ପ୍ରଫୁଲ ସେନାପତି ଯୋଗଦେଇ ଭାଗବତରେ ଯୋଗ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ।

 ମା ନାଚୁରୋପାଥୀ ଫାଉଣ୍ଡେସନ ପକ୍ଷରୁ ପିତବାସ ସାହୁ, ସରୋଜ ଶତପଥୀ, ବିଧୂ ଭୂଷଣ ଲେଙ୍କା ଓ ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସନ୍ତୁଳିତ ଭୋଜନ, ଚିନ୍ତାମୁକ୍ତ ଜୀବନ, ଆଲକାଲାଇନ ଜଳ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଅଲ ଓଡିଶା ଯୋଗ ଥେରାପିଷ୍ଟ ଆସୋସିଏସନର ଯୁଗ୍ମ ସମ୍ପାଦକ ଅଶ୍ୱିନୀ କୁମାର ପତି, ମହିମାଯୋଗ ଓ ୱେଲନେସ୍ ଟ୍ରଷ୍ଟର ସଦସ୍ୟା ମୋନାଲିସା ସାହୁ, ମୀନତି ମହାରାଜ, ରଶ୍ମିତା ନନ୍ଦ, ଜଗନ୍ନାଥ ପଣ୍ଡା, ନିକିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଆକ୍ୟୁପ୍ରେସର ସଦସ୍ୟ ପ୍ରଶାନ୍ତ ନାଥଶର୍ମା, ଅନିକେତ ତ୍ରିପାଠୀ, ଇମ୍ରାନ ଖାନ, ମାନସ କୁମାର ନାଥ, ସବିତା ତ୍ରିପାଠୀ, ବଳରାମ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ଏହି ଅବସରରେ ଯୋଗ, ପ୍ରାକୃତିକ ଚିକିତ୍ସକ ଓ ଆକ୍ୟୁପ୍ରେସର ଚିକିତ୍ସକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଆଦିତ୍ୟ କୁମାର ଜେନା ଧନ୍ୟବାଦ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.