Take a fresh look at your lifestyle.

ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ ପରିସରରେ ପିତାମାତା ସହଭାଗିତା ବୈଠକ

0 8

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ପିତାମାତା ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବିଦ୍ୟାଳୟରେ ମୋଟ୍ ୩୨୮ ଜଣ ଅନୁସୂଚିତ ଜନଜାତି ଓ ଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କର ପିତାମାତା ଓ ଅଭିଭାବକମାନଙ୍କ ଉପସ୍ଥିତିରେ ଏହି ବୈଠକ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁପ୍ରଭା ସେଠୀ ପୌରହିତ୍ୟ କରିଥିଲେ ବେଳେ ଢେଙ୍କାନାଳ ସଦର ତହସିଲଦାର ମୁଖ୍ୟ ଅତିଥି ଓ ସଦର ବ୍ଲକ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କୃଷି ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଯୋଗଦାନ କରିଥିଲେ ।

ଅତିଥିମାନଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ପ୍ରାରମ୍ଭରେ ଶିକ୍ଷକ ରଞ୍ଜନ କୁମାର ସାହୁ ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ଶଙ୍କର୍ଷଣ ମଲ୍ଲିକଙ୍କ ଦ୍ୱାରା ସ୍କୁଲ୍ ବିବରଣୀ ପାଠ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁପ୍ରଭା ସେଠୀ ବୈଠକରେ ଅନ୍ତର୍ନିହିତ ଉଦେ୍ଦଶ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଶିକ୍ଷୟିତ୍ରୀ ସୁକାନ୍ତି ବେହେରାଙ୍କ ଦ୍ୱାରା ଜୀବନ କୌଶଳ ଶିକ୍ଷା, ଛାତ୍ର ଓ ଛାତ୍ରୀଙ୍କର ସୁରକ୍ଷା ଓ ନିରାପତା ବିଷୟରେ ତଥ୍ୟ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଦିତ୍ୟ ପରିଡା ଛାତ୍ରଛାତ୍ରୀମାନଙ୍କର ପାଠ୍ୟ ତଥା ସହପାଠ୍ୟ କ୍ରିୟା କଳାପ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରାଙ୍କନ, ରଙ୍ଗୋଲି, ବକ୍ତୃତା ଓ ସୁଜନଶୀଳ ଲିଖନ ଆଦି ପ୍ରତିଯୋଗିତା ଶିକ୍ଷକ ଦିଲ୍ଲୀପ ଚୌଧୁରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ମଧ୍ୟାହ୍ନ ସମୟରେ ସମ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ । ଅପରାହ୍ନ ସମୟରେ ସମ୍ମାନିୟ ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଡା ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସେଠୀଙ୍କ ଦ୍ୱାରା କୃତୀ ପ୍ରତିଭାଧାରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବୈଠକର ଶେଷରେ ପ୍ରଧାନଶିକ୍ଷକ ଶଙ୍କର୍ଷଣ ମଲ୍ଲିକ ସମସ୍ତ ଅତିଥି ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.