Take a fresh look at your lifestyle.

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ, ଢେଙ୍କାନାଳ ବିଜେଡିର ପ୍ରସ୍ତୁତି ବୈଠକ

0 9

Get real time updates directly on you device, subscribe now.

ଢେଙ୍କାନାଳ: ଆସନ୍ତା ୨୬ ତାରିଖ ଦିନ ଦଳର ୨୫ତମ ପ୍ରତିଷ୍ଠା ଦିବସ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟକ ବ୍ଲକ ଓ ସହରାଞ୍ଚଳରେ ପାଳନ କରାଯିବ । ଏଥିପାଇଁ ଢେଙ୍କାନାଲ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସକୁ କିଭଳି ଭାବରେ ପାଳନ କରାଯିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ବିଜେଡି ଜିଲ୍ଲା ସଭାପତି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ବିଜେଡି ଜିଲ୍ଲା କାର୍ଯ୍ୟାଲୟ ପରିସରରେ ଅନୁଷ୍ଠିତ ହୋଇଥିଲା ।

ପ୍ରତିଷ୍ଠା ଦିବସ ଦିନ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟରେ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର, ମହିଳା ଏବଂ ବିଜେଡି କମିଟିର ସମସ୍ତ ସଦସ୍ୟ , ବିଜେଡି ପଞ୍ଚାୟତ ସଭାପତିଙ୍କ ସମେତ ପ୍ରତି ବ୍ଲକରେ ଗଠିତ ହୋଇଥିବା ଜୋନ କମିଟି ଗୁଡିକର ବ୍ଲକ କୋର୍ଡିନେଟର, ଜୋନ କୋର୍ଡିନେଟର, ଜୋନ କମିଟି ସଦସ୍ୟ ଏବଂ ପଞ୍ଚାୟତ କମିଟିର ସଦସ୍ୟ ଗଣ ଉପସ୍ଥିତ ରହିବେ । ଏଥିସହିତ ୨୫ ଜଣିଆ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସମସ୍ତ ସକି୍ରୟ ସଭ୍ୟ ଏହି ପ୍ରତିଷ୍ଠା ଦିବସ ପାଲନ ସମାରୋହରେ ଯୋଗଦେବେ ।

ସେହିଭଳି ସହରାଞ୍ଚଳ ମୁଖ୍ୟାଳୟରେ ଦଳର ବିଭିନ୍ନ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି, ନଗର ଯୁବ, ଛାତ୍ର, ମହିଳା ଏବଂ ବରିଷ୍ଟ ବିଜେଡି କମିଟିର ସମସ୍ତ ସଦସ୍ୟ, ୱାଡ କମିଟିର ସମସ୍ତ ସଦସ୍ୟ ଏବଂ ୨୫ ଜଣ ବ୍ୟକ୍ତିଙ୍କୁ ଦଳର ପ୍ରଥମିକ ସଦସ୍ୟ ସଂଗ୍ରହ କରିଥିବା ସଭ୍ୟମାନେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ୨୬ ତାରିଖ ଅପରାହ୍ନ ୪ଘଣ୍ଟା ୩୦ମିନିଟ ସମୟରେ ଅନୁଷ୍ଠିତ ହେବ । ସକାଳ ସମୟରେ ଜିଲ୍ଲା ମୁଖ୍ୟ ଚିକିସାଲୟ ପରିସରରେ ଫଳ ବଣ୍ଟନ କରାଯିବା ସହ , ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯିବ ।

ଏହି ପ୍ରସ୍ତୁତି ବୈଠକରେ ଢେଙ୍କାନାଳ ବିଧାୟକ ସୁଧର କୁମାର ସାମଲ, ଜିଲ୍ଲା ବିଜକେଡି ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ବିଜେଡି ନଗର ସଭାପତି ଇନ୍ଦ୍ରମଣି ବେହେରା, ବିଜେଡି ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ, ପୁର୍ବତନ ନଗରପାଳ ସୁଧାଶୁଂ ଦଳେଇ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା, ମହିଳା ସଭାନେତୀ୍ର ସାଗରିକା ମିଶ୍ର, ମହିଳା ବିଜେଡ କାର୍ଯ୍ୟକାରୀ ସଭାନେତ୍ରୀ ରୁବି ବିଶ୍ୱାଳ, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଯୁବ ବିଜେଡି ନଗର ସଭାପତି ବିନୋଦ କୁମାର ମହାନ୍ତି , ଶ୍ରୀକାନ୍ତ ଧଳ, ଆଇଟି ସଂଯୋଜକ ଗଙ୍ଗାଧର ରାଉତ, ଦେବୀଶଙ୍କର ଶର୍ମା, ଯୁବ ବିଜେଡି ସମ୍ପାଦକ ବିଶ୍ୱରଞନ ସାହୁ, ବିଜେଡି ମହିଳା ଉପସଭାତି ଉର୍ବଶୀ ମହାପାତ୍ର, ମହିଳା ନଗର ସଭାପତି ଶୁଭଲକ୍ଷ୍ମୀ ସାହୁ, ଶ୍ରଦ୍ଧାଞଳୀ ସାହୁ, ଛାତ୍ର ବିଜେଡି ଉପସଭାପତି ଶୁସିଲ ଗୋଚ୍ଛାୟତ, ନଗର ଛାତ୍ର ସଭାପତି ସୋନୁରାମ ସିଂ, ଅନୁପମା କଅଁର, ମାମାଲି ସାହୁ, ପୁର୍ଣ୍ଣିମା ଚାନ୍ଦ ସାହୁ, ତିଲୋତ୍ତମା ଚୌଧୁରୀ , ବିଳାସିିନୀ ସେଠୀ, କାମାକ୍ଷାନଗର , କଙ୍କଡାହାଡ, ହିନେ୍ଦାଳ, ପରଜଙ୍ଗ, ଭୁବନ, ଗନ୍ଦିଁଆ. ଓଡାପଡା ବ୍ଲକର ସମସ୍ତ ସଭାପତି ଓ ଢେଙ୍କାନାଲ ମୁନିସପାଲିଟିର ବହୁ ବିଜେଡି ନେତୃମଣ୍ଡଳି ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.