Take a fresh look at your lifestyle.

ଢେଙ୍କାନାଳ ସ୍ୱୟଂଶାସିତ କଲେଜ ଗଣିତ ବିଭାଗର ବାର୍ଷିକ ପାଠଚକ୍ର

ଗଣିତ ବିଭାଗର ପ୍ରାଚୀରପତ୍ର ‘ମ୍ୟାଥମେଟିକା’ ଉନ୍ମୋଚିତ

0 18

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଣିତ ବିଭାଗର ବାର୍ଷିକ ପାଠଚକ୍ର ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ୍ କୁମାର ପ୍ରଧାନ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଜୀବନରେ ଗଣିତ ଓ କମ୍ପ୍ୟୁଟର ଆପ୍ଲିକେସନର ଭୂମିକା ଅବଗତ କରିଥିଲେ ।

ଏଥିସହିତ କୋଭିଡ୍ ପାଣ୍ଡାମିକ୍ ସମୟରେ ଏକତ୍ରିତ ହୋଇ ଏହାର ପ୍ରଭାବ ସମ୍ମୁଖୀନ ହେବା ଏବଂ ନିଜର ଜ୍ଞାନ ପରିସରକୁ ବୃଦ୍ଧି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଗଣିତ ବିଭାଗର ପ୍ରାଚୀରପତ୍ର ‘ମ୍ୟାଥମେଟିକା’ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ପିଠୋଆ ସଫ୍ଟର ସଫ୍ଟଓୟାର ଟ୍ରେନିର ମୁଖ୍ୟ କାର୍ଯ୍ୟକାରୀ ନିଦେ୍ର୍ଦଶକ ଇଂ. ରଞ୍ଜନ କୁମାର ଦାସ ଯୋଗଦେଇ କମ୍ପ୍ୟୁଟର ଆପ୍ଲିକେସନ ପାଠ୍ୟକ୍ରମର ବିଭିନ୍ନ ଦିଗ ଉପରେ ପାୱାରପଏଂଟ୍ ଉପସ୍ଥାପନ କରି ଥିଲେ ।

ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଡ. (ଶ୍ରୀମତୀ) ସୁରେଖା ବଳିଆରସିଂହ ସ୍ୱାଗତ ଭାଷଣ ପ୍ରଦାନ ସହ ପିଲାମାନଙ୍କ ଚରିତ୍ର ଗଠନ ଏବଂ କ୍ୟାରିଅରରେ ଉନ୍ନତ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ଶ୍ରୀମତୀ ଦୀପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.