Take a fresh look at your lifestyle.

ମନରେଗାରେ ମହାଘୋଟଲା: ଫଳକକୁ ନେଇ ସନ୍ଦେହ

0 93

Get real time updates directly on you device, subscribe now.

ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକରେ ଦିନକୁ ଦିନ ମନରେଗା ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି | ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଠିକାଦାର ମନ ଇଛାରେ ମେସିନ ଲଗେଇ କାମ କରୁଛନ୍ତି ତ କେଉଁ ଠାରେ ସୂଚନା ଫଳକରେ ସଠିକରେ ଫଳକ ଲେଖା ଯାଉ ନାହିଁ ! ଏହି ପରି ଭାବରେ କାର୍ଯ୍ୟ କରି ଆଦିବାସୀ ଅଞ୍ଚଳରେ ଠିକାଦାର ମାଲାମାଲ ହେଉଛନ୍ତି |
କୌଣସି କନିଷ୍ଠ ଯନ୍ତ୍ରୀ କିମ୍ବା ଜି ଆର ଏସ ସଠିକ ଭାବରେ ତଦାରଖ କରୁନଥିବାରୁ ଏମିତି ତ୍ରୁଟି ହେଉଛି | ବ୍ଲକରେ ଥିବା ଅଧିକାରୀ ଖାମଖିଆଲ ମନୋଭାବ ନେଇ ଗ୍ରାମ ବାସି ସନ୍ଦେହ କରିଛନ୍ତି| ଏହି ରାସ୍ତା କଙ୍କଡ଼ାହାଡ଼ ପଂଚାୟତ କାଲବୁଦ୍ଧିଆ ଠାରୁ କରଡ଼ାପାଳ ରାସ୍ତା ମରାମତି ପାଇଁ କେତେ ଟଙ୍କା ଅନୁଦାନ ରାଶି ମଞ୍ଜୁରୀ ହେଇଛି କେତେ କିଲୋମିଟର ଏହି ସୂଚନା ଫଳକରେ ଲିଖିତ ନଥିବାରୁ ଗ୍ରାମ ବାସି ସନ୍ଦେହ ପ୍ରକାଶ କରିଛନ୍ତି | ଏ ନେଇ ଜି ଆର ଏସ ଏବଂ କନିଷ୍ଠ ଯନ୍ତ୍ରୀକୁ ଯୋଗାଯୋଗ କରିଯାଇଥିଲା, ମାତ୍ର ତାହା ସମ୍ଭବ ହୋଇ ନଥିଲା |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.