Take a fresh look at your lifestyle.

କୂଅରେ ପଡି ଯୁବକ ମୃତ

0 5

Get real time updates directly on you device, subscribe now.

ପରଜଙ୍ଗ : ପରଜଙ୍ଗ କ୍ଳବ ବସୋଇ ଗ୍ରାମ ପଂଚାୟତର ଗୋଠବରି ସାହିର ବଳଭଦ୍ର ସାହୁଙ୍କ ପୁଅ ବିରଂଚି (୩୦) ଗତ ବୁଧବାର ରାତିରେ ଅସାବଧାନତା ବଶତଃ ସାହିର ଖୋଲାକୂଅରେ ପଡିଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିରଂଚି ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରି ଶେଷରେ ନିରାଶ ହୋଇଥିଲେ । ମାତ୍ର ଗୁରୁବାର ସକାଳ ୧୧ଟା ବେଳେ ସାହିର ଏକ ଖୋଲାକୂଅରେ ଶବ ଭାଷୁଥିବା ଗ୍ରାମବାସୀମାନେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ କୁଅମଧ୍ୟରୁ ବିରଂଚିକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ । ବିରଂଚିଙ୍କ ଅକାଳ ବିୟୋଗରେ ଗୋଠବରି ସାହିରେ ଶୋକରଛାୟା ଖେଳି ଯାଇଛି । ଅଂଚଳର ଜଣାଶୁଣା ବ୍ୟକ୍ତି ତଥା ସୁଖ ଦୁଃଖର ସାଥି ଅସିତ କୁମାର ରାଏଚୌଧୁରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.