Take a fresh look at your lifestyle.

ମାତୃଭବନ ଉଚ୍ଚ ବିଦ୍ୟାଳୟର ସଫଳତା

0 11

ଢେଙ୍କାନାଳ: ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ମାତୃଭବନ ଉଚ୍ଚ ବିଦ୍ୟାଳୟର ୬ଜଣ ଛାତ୍ରୀ ଭାଗନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟର ଛାତ୍ରୀ ବର୍ଷା, ମିକି, ସଂଧ୍ୟା, ଲାଡ୍ଲି, ଅର୍ଚ୍ଚନା ଓ ଲଳିତା ଅତିଥିମାନଙ୍କ ଠାରୁ ମାନପତ୍ର ଓ ଅର୍ଥରାଶି ଗ୍ରହଣ କରିଛନ୍ତି ।

ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଏ.ଡି.ଓ ସସ୍ମିତା ସାହୁ, ଜିଲ୍ଲା ବିଜ୍ଞାନଗାର ନିର୍ଦେଶକ ଏମ୍.ଏମ୍.ରାଉତ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।

ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପଶ୍ରୀ ରଥ, ପ୍ନୃତ୍ୟ ଶିକ୍ଷକ ସମୀର ପୃଷ୍ଟି, ଚିତ୍ତରଞ୍ଜନ ନନ୍ଦ, ଅଶୋକ କୁମାର ଦାସ, ଚନ୍ଦ୍ରମଣି ଦଳବେହେରା, ଅରୁଣ କୁମାର ଓଝା, ବିଜୟ କୁମାର ନନ୍ଦ ଏବଂ ପରିଚାଳନା କମିଟିର ସଦସ୍ୟବୃନ୍ଦ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

- Advertisement -

Leave A Reply

Your email address will not be published.