Take a fresh look at your lifestyle.

ଫୁଟବଲ ଟୁର୍ଣ୍ଣମେଣ୍ଟ ଉଦଯାପିତ

0 7

Get real time updates directly on you device, subscribe now.

ଢେଙ୍କାନାଳ : କଙ୍କଡାହାଡ ବ୍ଲକ୍ ଅନ୍ତର୍ଗତ ବିରାଶାଳ ଗ୍ରାମର ରାଜା ଶଙ୍କର ପ୍ରତାପ ବିନ୍ଧାଣିଆ ଉନ୍ନତି କ୍ଲବ ପକ୍ଷରୁ ୨୪ତମ ଫୁଟବଲ ଟୁର୍ଣ୍ଣମେଣ୍ଟ ଗତକାଲି ଉଦଯାପିତ ହୋଇଯାଇଅଛି । ଗତ ତିନିଦିନ ଧରି ଏହି ଫୁଟବଲ ଟୁର୍ଣ୍ଣମେଣ୍ଟ ଚାଲିଥିଲା । ବହୁ ଖ୍ୟାତନାମ ଫୁଟବଲ ଟିମ୍ ଓଡିଶାରୁ ଏଥିରେ ଅଂଶଗ୍ରହଣ କରିଥିଲେ ।

ଏହି ଟୁର୍ଣ୍ଣମେଣ୍ଟ ପ୍ରତିଯୋଗିତାରେ ଓ ମାଚେଲା, ବିରାଶାଳ ଦଳ ଚମ୍ପିୟନ ହୋଇଥିଲେ ଏବଂ ସୁସୁଲିଆ ଖୁଂଟୁଣୀ ଟିମ୍ ରନର୍ସ-ଅପ୍ ହୋଇଥିଲେ । ଚମ୍ପିୟନ୍ ହୋଇଥିବା ଦଳକୁ ୨୦ ହଜାର ଟଙ୍କା ଅର୍ଥରାଶି, ରନର୍ସ-ଅପ୍ ଦଳକୁ ୧୫ ହଜାର ଟଙ୍କା ଅର୍ଥରାଶି ଏବଂ ୩ୟ ସ୍ଥାନର ଟିମ୍ ବାଗନା ଟାଇଗର୍କୁ ୧୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ଫୁଟବଲ ଖେଳାଳୀମାନେ ଦେଶର ନାମକୁ ଗୌରବନ୍ୱିତ କରିଛନ୍ତି ବୋଲି କହିଥିଲେ । ସେମାନେ ଭବିଷ୍ୟତରେ ଭଲ ନାଗରିକ ହୋଇଛନ୍ତି ।

ବିଶିଷ୍ଟ ସମାଜବାଦୀ ନେତା ସରୋଜ ଶତପଥୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଫୁଟ୍ବଲ୍ ଖେଳ ଏକ ଆନ୍ତର୍ଜାତୀୟ ଖେଳ । ଏଥିରେ ବିଶ୍ୱ ତଥା ବ୍ରାଜିଲ୍ ଦେଶର ସର୍ବଶ୍ରେଷ୍ଠ ଖେଳାଳୀ ପେଲେଙ୍କ ପରି କ୍ରୀଡାବିତ୍ ଯେ ସୃଷ୍ଟି ହୋଇପାରିବାର ସମ୍ଭାବନା ଅଛି ।

ଏହି ଖେଳ ମାଧ୍ୟମରେ ବିଭିନ୍ନ ଦେଶ ଏବଂ ବିଭିନ୍ନ ଜାତି ମଧ୍ୟରେ ଅନୁଷ୍ଠିତ ହୋଇ ବନ୍ଧୁତ୍ୱ ଏବଂ ଦେଶପ୍ରେମର ଝଲକ ଦେଖାଇଥାଆନ୍ତି । ଅନ୍ୟତମ ଅତିଥି ଭାବରେ ବିଜେପିର ଜିଲ୍ଲା ସାଧାରଣ ସଂପାଦକ ଉଲ୍ଲାସ ବିହାରୀ ବେହେରା, ମହାବୀର ଶାନ୍ତି ସଂଗଠନର ସଭାପତି ସୁକାନ୍ତ ପରିଡା ଏବଂ ଆୟୋଜକ ଭାବେ ସଭାପତି ରାମସିଂ ଚାତର, ଉପସଭାପତି ଅଜିତା ମହାରଣା, ସଂପାଦକ ରାମସିଂ ଗାଗରାଇ, ସହ-ସଂପାଦକ ଭାବେ ରବି ପିଙ୍ଗୁଆ, କୋଷାଧ୍ୟକ୍ଷ ବିର୍ଷା ଗାଗରାଇ, ସଦସ୍ୟ ସୁରେଶ ମହାରଣା, ଘାଷିରାମ ତାମୁଡିଆ, ନଗେନ୍ ତିରିଆ ଓ ଅର୍ଜନ ଜେରାଇ ପ୍ରମୁଖ ଉପସ୍ଥିତ ରହି ଖେଳକୁ ସୂଚାରୁ ରୂପେ ସଂପାଦନ କରିଥିଲେ ।

ଏହି ଫୁଟୁବଲ୍ ମ୍ୟାଚ ଆଖପାଖ ଅଂଚଳର ପ୍ରାୟ ୨ ହଜାର ଲୋକ ଆଦିବାସୀ ବହୁଳ ଗ୍ରାମରୁ ଯୋଗଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.