Take a fresh look at your lifestyle.

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ “”ବ୍ୟାଡ୍ମିଟନ” କ୍ରୀଡା ପ୍ରତିଯୋଗିତା

0 10

Get real time updates directly on you device, subscribe now.

ଢେଙ୍କାନାଳ : ଜିଲ୍ଲା ବ୍ୟାଡ୍ମିଟନ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କର ବ୍ୟାଡ୍ମିଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାର ଉଦ୍ଘାଟନ ଉତ୍ସବ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଅପରାହ୍ନରେ ଏହାର ଉଦ୍ୟାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ୍ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ସମ୍ମାନିତ ଅତିଥି ଭାବେ ବ୍ୟାଡ୍ମିଟନ ସଂଘର ସଭାପତି ଦୀପକ କୁମାର ଦଳେଇ, ସଂପାଦକ ଟଙ୍କଧର ବେହେରା, ଅକ୍ଷୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଧଳ, ଅମିତ ରଞ୍ଜନ ଶତପଥି ଓ ରଶ୍ମି ପ୍ରକାଶ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଉକ୍ତ ଉତ୍ସବର ନିମନ୍ତ୍ରିତ ଅତିଥିମାନଙ୍କର ସଂକ୍ଷେପ ବକ୍ତବ୍ୟ ପରେ ମୁଖ୍ୟ ଅତିଥି ଶ୍ରୀ ରାଉତ ବ୍ୟାଡ୍ମିଟନ କ୍ରୀଡାରେ ଶରୀର ସୁସ୍ଥ ରହିବା ସହିତ ଦେହ, ହାତ ଓ ମସ୍ତିଷ୍କର ସମନ୍ୱୟ ରହିଲେ କ୍ରୀଡାରେ ସଫଳତା ମିଳିପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ପରିଡା ଢେଙ୍କାନାଳ ଜିଲ୍ଲାକୁ କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ସମସ୍ତ କର୍ମକର୍ତାମାନଙ୍କ ସହଯୋଗ ଲୋଡିଥିଲେ ।

ଆମ ଜିଲ୍ଲାର କ୍ରୀଡାବିତ୍ମାନେ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଆଗାମୀ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ବଲାଙ୍ଗିର ଠାରେ ଓ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଦିଲ୍ଲୀ ଓ ଗୁଜୁରାଟ ଠାରେ ଅନୁଷ୍ଠିତ ହେବାର ସୂଚନା ପ୍ରଦାନ କରିଥିଲେ ।

ଅପରାହ୍ନରେ ଉଦ୍ୟାପନୀ ଉତ୍ସବରେ କୃତୀ କ୍ରୀଡାବିତ୍ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କୃତୀ କ୍ରୀଡାବିତ୍ମାନେ ହେଲେ – ୧୪ ବର୍ଷରୁ କମ୍ ବାଳିକା ବିଜେତା ଆଦ୍ୟାଶା ମିଶ୍ର, ଉପ-ବିଜେତା ଅର୍ଚ୍ଚିତା ମହାପାତ୍ର, ବାଳକ ବିଭାଗର ବିଜେତା କୁମାର ଆଦିତ୍ୟ, ଉପ-ବିଜେତା ଦିବ୍ୟାଂଶୁ ଶତପଥି । ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ପ୍ରୀତି ପାୟଲ ସାହୁ, ଉପ-ବିଜେତା ଗାୟତ୍ରୀ ଦଳେଇ ବିଜେତା ହୋଇଥିଲେ ।

ବାଳକ ବିଭାଗର ବିଜେତା ରୋନିତ୍ କୁମାର ପାଲ୍, ଉପବିଜେତା ବିଭାସିନ୍ଧୁ ବାରିକ ବିଜେତା ହୋଇଥିଲେ । କ୍ରୀଡା ପରିଚାଳନା କରିଥିଲେ ଅକ୍ଷୟ କୁମାର ପଣ୍ଡା, ସୁଶିଲ କୁମାର ପଣ୍ଡା, ସୁବ୍ରତ କୁମାର ମିଶ୍ର, ସରିତା ବିଶ୍ୱାଳ ଓ ହରପ୍ରିୟା ଦାସ । ପରିଚାଳନାରେ ସହାୟତା କରିଥିଲେ ରଞ୍ଜନ କୁମାର ଦେହୁରୀ, ଦିଲ୍ଲୀପ କୁମାର ପାଲ୍, ରାମଚନ୍ଦ୍ର ବେହେରା, ଦୁଷ୍ମନ୍ତ ସେଠୀ, ଅମିନ ତରାଇ । ଉଦ୍ୟାପନ ଉତ୍ସବରେ ସୁଶିଲ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.