Take a fresh look at your lifestyle.

ସାଇକୃପା ରୁ ବାହାରିଲେ ଆଉ 16 ପଜିଟିଭ

53 ରେ ପହଁଚିଲା ପଜିଟିଭ

0 13

Get real time updates directly on you device, subscribe now.

ଢେଙ୍କାନାଳ : ଗତ ନଭେମ୍ବର 29 ତାରିଖ ରେ 4 ଜଣ ପଜିଟିଭ ଚିହ୍ନଟ ହୋଇଥିବା ସାଇକୃପା ଆବାସିକ ମହାବିଦ୍ୟାଳୟ ରେ ଗତକାଲି 33 ଜଣ ପଜିଟିଭ ବାହାରିବା ଏକ ପ୍ରକାର ଭୟ ସୃଷ୍ଟି କରିଛି | ପୁଣି ଆଜି 16 ଜଣ ପଜିଟିଭ ବାହାରିବା ପ୍ରଶାସନ ର ମୁଣ୍ଡ ବିନ୍ଧାର କାରଣ ହୋଇଛି | ଦୁଇ ଦିନ ମଧ୍ୟରେ କୁଞ୍ଜକାନ୍ତ ଅଞ୍ଚଳ ର ସାଇକୃପା ଆବାସିକ ମହାବିଦ୍ୟାଳୟ ରୁ 53 ଜଣ ନୂଆ କରୋନା ପଜିଟିଭ ବାହାରିଛି | ଜିଲା ପ୍ରଶାସନ ସେହି ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି |  କରୋନା ର ନୂଆ ପ୍ରଜାତି ଓମିକ୍ରନ ର ବିପଦ ଥିବାରୁ ଆମ୍ଭମାନଙ୍କୁ ସତର୍କ ରହିବାକୁ ହେବ ।
ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ବାରମ୍ବାର ସାବୁନ କିମ୍ବା ସାନିଟାଇଜର ରେ ହାତ ଧୋଇବା ସହ ଜନ ଗହଳି ସ୍ଥାନକୁ ନ ଯିବାକୁ ସମସ୍ତଙ୍କୁ ଅନୁରୋଧ ।
ଏତତ୍ ବ୍ୟତୀତ ବାହାଘର, ଶୁଦ୍ଧିକ୍ରିୟା ଓ ବ୍ରତ ଘରେ 100 ରୁ ଅଧିକ ଜନସମାଗମ ନ କରିବାକୁ ଜିଲ୍ଲା ପ୍ରଶାସନପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି ।
ମନେ ରଖିବାକୁ ହେବ କରୋନା ସତର୍କତା ନିୟମ ମାନି  ଚଳିଲେ ଆମେ କରୋନା ଠାରୁ ନିଜକୁ ବଞ୍ଚାଇ ରଖି ପାରିବା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.