Take a fresh look at your lifestyle.

ଜାତୀୟ ସ୍ତରୀୟ ଆମ୍ବ ପ୍ରଦର୍ଶନୀରେ ଯୋଗଦେଲେ ସାଂସଦ

0 16

Get real time updates directly on you device, subscribe now.

ଢେଙ୍କାନାଳ :  ଦିଲ୍ଲୀ ୱ୍ୱେଷ୍ଟର୍ଣ୍ଣକୋଟ୍ ଠାରେ ଜାତୀୟ ସ୍ତରର ଆମ୍ବ ପ୍ରଦର୍ଶନୀକୁ ନିମନ୍ତ୍ରଣ ପାଇ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇଥିଲେ । ଏହି ଆମ୍ବ ପ୍ରଦର୍ଶନୀ ମେଳାରେ ୩୫୦ପ୍ରକାରରୁ ଉଦ୍ଧ୍ୱର୍ ପ୍ରଜାତିର ଆମ୍ବ ବିଭିନ୍ନ ରାଜ୍ୟରୁ ଆସି ପ୍ରଦର୍ଶିତ ହେବାର ଦେଖିବାକୁ ମିଳିଥିଲା ।

ଆମ୍ବ ପ୍ରଦର୍ଶନୀ ବୁଲି ଦେଖିବା ଅବସରରେ ଗଣମାଧ୍ୟମଙ୍କୁ ସାକ୍ଷାତ ହୋଇ ସାଂସଦ ଶ୍ରୀ ସାହୁ କହିଥିଲେ ଯେ, ଓଡିଶାର ଆମ୍ବ ଏକ ଅର୍ଥକାରୀ ଫଳ । ମୋର ନିଜ ସଂସଦୀୟ କ୍ଷେତ୍ର ଢେଙ୍କାନାଳରେ ମଧ୍ୟ ବିଭିନ୍ନ କିସମର ଆମ୍ବ ଚାଷ କରାଯାଇଥାଏ । ଯଦି କେନ୍ଦ୍ର ସରକାର ଆମ୍ବ ଚାଷୀଙ୍କ ପ୍ରତି ବା ଆମ୍ବ ଚାଷ କରିବା ପାଇଁ ପ୍ରୋତ୍ସାହନ ଓ ଆମ୍ବ ବୃକ୍ଷରୋପଣ ସହିତ ସବୁ ଜିଲ୍ଲାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇ ଉପଯୁକ୍ତ ଆମ୍ବଚାଷୀଙ୍କୁ ତାଲିମ୍ ଦିଆଯାଇ ପ୍ରୋତ୍ସାହନ ଦିଅନ୍ତେ ତାହାହେଲେ ମୋର ରାଜ୍ୟ ଓ ମୋର ସଂସଦୀୟ କ୍ଷେତ୍ର ଢେଙ୍କାନାଳରେ ମଧ୍ୟ ଆମ୍ବ ଏକ ଅର୍ଥକାରୀ ଫସଲର ମାନ୍ୟତା ପାଇବ ଏବଂ ଚାଷୀଙ୍କର ଅର୍ଥନୀତି ସୁଦୃଢ ହୋଇପାରିବ ।

ସାଂସଦଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଚିବ ମାତୃପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.