Take a fresh look at your lifestyle.

ବିଟ୍ ରେ ଶତ ପ୍ରତିଶତ ସଫଳତା

0 5

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ବିଟ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ରେ ଚଳିତ ବର୍ଷ ଶତ ପ୍ରତିଶତ ଫଳାଫଳ ହୋଇଛି । ମହାରବିଦ୍ୟାଳୟ ର ପ୍ରତ୍ୟାଶା ସାମଲ ସର୍ବାଧିକ ୫୩୭ ନମ୍ବର ରଖି କଲେଜ ଟପର ହୋଇଛନ୍ତି ସେ ପଦାର୍ଥ ବିଜ୍ଞାନରେ ୯୯% ମାର୍କ ରଖି ରେକର୍ଡ ସୃଷ୍ଟି କରିଛନ୍ତି ।

ମହାବିଦ୍ୟାଳୟର ୬୬ ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ୪୬ ଜଣ ପ୍ରଥମ ଶ୍ରେଣୀ, ୧୯ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ଜଣେ ତୃତୀୟ ଶ୍ୟେଣୀରେ ଉତ୍ତିର୍ଣ୍ଣ ହୋଇ କଲେଜ ପାଇଁ ଗୈାରବ ଆଣିଛନ୍ତି ।

ମହାବିଦ୍ୟାଳୟର ପ୍ରତିଷ୍ଠାତା ତାରାପ୍ରସନ୍ନ ଶତପଥୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ମହାବିଦ୍ୟାଳୟ କୁ ୩୫% କଟଅଫ ମାର୍କ ର ପିଲା ଆସୁଥିଲେ ବି ଭଲ ପାଠପଢା ଯୋଗୁଁ ସଫଳତା ପାଇଁ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁୁ ଶ୍ରେୟ ଦେଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.