Take a fresh look at your lifestyle.

ପ୍ରାକ୍ତନ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଶୋକ

0 16

Get real time updates directly on you device, subscribe now.

ଢେଙ୍କାନାଳ : କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନେତା ପ୍ରାକ୍ତନ କଂଗ୍ରେସ୍ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକପ୍ରକଟ କରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ନରସିଂହ ରାଓଙ୍କ ସରକାରରେ ସୁବାଷ ବାବୁ ସଂସଦରେ ୧୯୯୧ ରୁ ୧୯୯୫ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରୁ କଂଗ୍ରେସ୍ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ସେ ଜଣେ ଅମାୟିକ, ଭଦ୍ର, ସ୍ନେହି ଓ ହୃଦୟବାନ୍ ନେତା ଥିଲେ ।

ତାଙ୍କର ଏହି ଅକାଳ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ସାଂସଦ ଶ୍ରୀ ସାହୁ ତାଙ୍କ ଶୋକବାର୍ତାରେ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.