Take a fresh look at your lifestyle.

ରେଡିଓ ନମସ୍କାର ଦେଶର ଅଗ୍ରଣୀ ରେଡିଓ ଘୋଷିତ

କେନ୍ଦ୍ର ସରକାରଙ୍କୁ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ୍‌.ଏ.ଶାହଃ ଅନ୍‌ସାରୀଙ୍କ ଧନ୍ୟବାଦ ଜ୍ଞାପନ

0 67

Get real time updates directly on you device, subscribe now.

କୋଣାର୍କ: କୋଣାର୍କସ୍ଥିତ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଅଗ୍ରଣୀ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ଘୋଷଣା କରିଛି । ଏହି ଖବର ଓଡିଶା ତଥ। ଓଡିଶା ବାହାରର ରେଡିଓ ପ୍ରେମୀ ଓ ଶ୍ରୋତାମାନଙ୍କ ମଧ୍ୟରେ ଖୁସି ଭରିଦେଇଛି । ଅଗ୍ରଣୀ ରେଡିଓ ଭାବରେ ଏବେ ରେଡିଓ ନମସ୍କାର ପୂର୍ବ ଭାରତରେ ଅନ୍ୟ ଗୋଷ୍ଠୀ ବେତାର କେନ୍ଦ୍ର ଗୁଡିକର ତାଲିମ୍‌, ଦକ୍ଷତା ବିକାଶ, ଆବେଦନରେ ସହାୟତା, ବିଷୟ ଭିତ୍ତିକ ସୂଚନା ବିତରଣ ଆଦି କାର୍ଯ୍ୟରେ ନିୟୋଜିତ ହେବ । ସୂଚନା ଯୋଗ୍ୟ ଯେ ଦେଶରେ ବର୍ତ୍ତମାନ ୩୫୦ଟି ଗୋଷ୍ଠୀ ବେତାର କେନ୍ଦ୍ର ରହିଥିବା ବେଳେ ତନ୍ମଧ୍ୟରୁ ଓଡିଶାରେ ୨୨ଟି କେନ୍ଦ୍ର କାର୍ଯ୍ୟରତ ରହିଛି । ରାଜ୍ୟର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ଭାବରେ ରେଡିଓ ନମସ୍କାର କୋଣାର୍କଠାରେ ୨୦୧୦ ମସିହା ଜାନୁୟାରୀ ୧୨ ତାରିଖରେ ୟଙ୍ଗଇଣ୍ଡିଆ ସାମାଜିକ ସଂଗଠନ ଦ୍ୱାରା ସ୍ଥାପନ କରାଯାଇଥିଲା ।

ଆସନ୍ତା ୧୨ ତାରିଖରେ ରେଡିଓ ନମସ୍କାର ତାର ୧୨ତମ ସ୍ୱନକ୍ଷତ୍ର ପାଳନ କରିବାକୁ ଯାଉଛି । ଏହି ୧୨ବର୍ଷ ମଧ୍ୟରେ ରେଡିଓ ନମସ୍କାର ତାର ପ୍ରଭାବଶାଳୀ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ପ୍ରସାରଣ ଯୋଗୁଁ ଖୁବ୍ ଲୋକପ୍ରିୟ ହୋଇପାରିଥିବା ବେଳେ କେନ୍ଦ୍ର ସରକାରଙ୍କ ଠାରୁ ୫ଥର ଜାତୀୟ ପୁରସ୍କାର ଓ ବିଭିନ୍ନ ଆନ୍ତର୍ଜାତିକ ପୁରସ୍କାର ଲାଭ କରିଛି ।

ବର୍ତ୍ତମାନ ୟଙ୍ଗଇଣ୍ଡିଆ ସାମାଜିକ ସଂଗଠନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଉତ୍ସ ଓ ସମ୍ବଳ ସଂଗଠନ ଭାବେ ମନୋନୀତ ହୋଇ ୧୯ ରାଜ୍ୟରେ ଗୋଷ୍ଠୀ ବେତାର କେନ୍ଦ୍ର ଓ ଆବେଦନକାରୀ ସଂଗଠନ ମାନଙ୍କର ଦକ୍ଷତା ବିକାଶ ଓ ସମନ୍ୱୟ କ୍ଷେତ୍ରରେ କାର୍ଯ୍ୟ କରୁଛି ।

 ଅଗ୍ରଣୀ ରେଡିଓ ଭାବେ ଘୋଷଣା କରିଥିବାରୁ ରେଡିଓ ନମସ୍କାରର ଅଧ୍ୟକ୍ଷ ତଥା ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ୍‌.ଏ.ଶାହଃ ଅନ୍‌ସାରୀ ଓ ରେଡିଓ ନମସ୍କାର ପରିବାର କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.