Take a fresh look at your lifestyle.

ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ରଥ କାଠ ଅନୁକୂଳ

0 11

Get real time updates directly on you device, subscribe now.

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ଆଞ୍ଚଳିକ ରଥଯାତ୍ରା କମିଟି ଆନୁକୂଲ୍ୟରେ ଆଜି ଅଷ୍ଟମ ବାର୍ଷିକ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯାଇଛି । ବିଧି ଅନୁଯାୟୀ ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ରଥ କାଠ ଅନୁକୂଳ ହୋଇଥାଏ । ଆଜି ଅପରାହ୍ନରେ ମନ୍ଦିର ନିକଟ ରଥଖଳାରେ ରଥକାଠ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା ।

ପୂଜକ ରୁଚିର ପାଳ,ଅଦ୍ଵୈତ ହୋତା ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରୁ ଶ୍ରୀଜୀଉମାନଙ୍କର ଆଜ୍ଞାମାଳ ଅଣାଯିବା ପରେ ରଥକାଠରେ ଲଗାଯାଇ କାଠ ଅନୁକୂଳ କରାଯାଇଥିଲା । ରଥନିର୍ମାଣ ମହାରଣା ନଛମନ ନାୟକ ନିହଣରେ ରଥ କାଠକୁ ହାଣି ଅନୁକୂଳ କରିଥିଲେ । କର୍ତ୍ତା ଭାବେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୂଖ୍ୟ ପଞ୍ଚାନନ ସ୍ୱାଇଁ ଦାୟିତ୍ଵ ନିର୍ବାହ କରିଥିଲେ ।

ଆଞ୍ଚଳିକ ରଥଯାତ୍ରା କମିଟି ସମ୍ପାଦକ ପ୍ରସନ୍ନ କୁମାର ରାଉତ, ସଭ୍ୟ ଯୁଧିଷ୍ଠିର ମହାନ୍ତି, ଅରୁଣ କୁମାର ସାହୁ,ନେତ୍ରାନନ୍ଦ ରାଉତ, ଶରତ ରାଉତ,ଅଶୋକ ରାଉତ,ଚକ୍ରଧର ରାଉତ, ବ୍ରଜକିଶୋର ରାଉତ,ମାନସ ରାଉତ, ବେଣୁଧର ସାମଲ, କମଳ ବେହେରା,ଲମ୍ବୋଦର ପରିଡା , ସନ୍ତୋଷ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.