Take a fresh look at your lifestyle.

କୋଣାର୍କ ନାଟ୍ୟମଣ୍ଡପରେ ଅର୍କାଘ୍ୟ ଓ ଅଷ୍ଟମ ପ୍ରହର ନାମ ଯଜ୍ଞ

0 21

Get real time updates directly on you device, subscribe now.

କୋଣାର୍କ : ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ସ୍ୱର୍ଗତ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟମଣ୍ଡପର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ସମ୍ମୁଖରେ ଅନୁଷ୍ଠିତ ହୋଇଛିି ଅଷ୍ଟମପ୍ରହର ନାମ ଯଜ୍ଞ ଓ ଅର୍କାଘ୍ୟ ।  ଗୁରୁବାର ଅଧିବାସ ଓ  ଶୁକ୍ରବାର ମକର ସଙ୍କ୍ରାନ୍ତି ଦିନ ନାମ ସଙ୍କୀର୍ତ୍ତନ ଓ ଅର୍କାଘ୍ୟ ଅନୁଷ୍ଟିତ ହୋଇଯାଇଥିବା ବେଳେ ଶନିବାର ସୂର୍ଯେ୍ୟାଦେବଙ୍କୁ ପ୍ରାତଃ ବନ୍ଦାପନା, ପୂଜାର୍ଚ୍ଚନା ଓ ଅପରାହ୍ନରେ ଅଷ୍ଟମପ୍ରହର ନାମ ଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହେବ ।

ଏହି ଅବସରରେ ମକର ସଙ୍କ୍ରାନ୍ତି ଦିନ ଓ ଅଷ୍ଟମପ୍ରହର ନାମ ଯଜ୍ଞର ପୂର୍ଣ୍ଣାହୁତି ଉତ୍ସବରେ ଶ୍ରଦ୍ଦାଳୁମାନଙ୍କୁ ପ୍ରସାଦ ସେବନରେ ଆପାୟୀତ କରାଯାଇଥିଲା । ସ୍ଥାନୀୟ ବାହାରଣା, ବନାଖଣ୍ଡୀ, ଅଚୁ୍ୟତପୁର ଓ ଅର୍କବିଭାର ସ୍ଥିତ ମଧୁବାବା ଆଶ୍ରମର ସଙ୍କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ତିନି ଦିନ ଧରି ଅହରାତ୍ର ‘ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ, ମନ୍ତ୍ର ପାଠ ସହ ଭଜନ କୀର୍ତ୍ତନରେ ଶ୍ରଦ୍ଧାଳୁମାନେ ମଜିରହିଛନ୍ତି ।

ପବିତ୍ର ମକର ସଙ୍କ୍ରାନ୍ତି ଦିନ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱ ମହାଦେବ ଓ ସୂର୍ଯେ୍ୟାଦେବଙ୍କୁ ଅର୍କାଘ୍ୟ ଅର୍ପଣ କରାଯାଇଥିଲା । ତ୍ରୀଦିବସୀୟ ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ଉତ୍ସବରେ ସ୍ଥାନୀୟ ଅଞ୍ଚଳ ଓ ନାଟ୍ୟମଣ୍ଡପ ସହ ଜଡିତି ଥିବା ଶତାଧିକ ବ୍ୟକ୍ତିମାନେ ଯୋଗ ଦେଇ ଶ୍ରୀ ହରିଙ୍କ ନାମାମୃତ ପାନ କରିଥିଲେ ।

ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ନାଟ୍ୟମଣ୍ଡପର ସମ୍ପାଦକ ଶିବାଶୀଷ ପ୍ରଧାନ, କାର୍ଯ୍ୟନିର୍ବାହୀ ସଭାପତୀ ଡ. ରମଣୀରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆ, ସହ ସମ୍ପାଦକ ଗୁରୁପଦ ବଳିଆର ସିଂହ, ସୁଲୋଚନା ପ୍ରଧାନ, ଗୋଟିପୁଅ ନୃତ୍ୟ ଗୁରୁ ଜୟକୃଷ୍ଣ ନାୟକ, ସଞ୍ଜୀବନୀ ପ୍ରଧାନ, କୁମାର ଟୁବୁଲା ଓ ଅନ୍ତେବାସୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.