Take a fresh look at your lifestyle.

ମନ୍ଦିର, ପର୍ଯ୍ୟଟନସ୍ଥଳୀ, ସର୍ବସାଧାରଣ ସ୍ଥାନରେ ଭୋଜିଭାତ ଆୟୋଜନ, ପର୍ବପର୍ବାଣୀରେ ଗହଳି ନକରିବାକୁ ପ୍ରଶାସନ ର ବାରଣ

ଜିଲ୍ଲାପାଳଙ୍କ ଦ୍ୱାରା କରୋନା ସ୍ଥିତି ସମୀକ୍ଷା

0 21

Get real time updates directly on you device, subscribe now.

ଢେଙ୍କାନାଳ : ବର୍ତମାନ ଓମିକ୍ରନ ଓ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ମନ୍ଦିର, ପର୍ଯ୍ୟଟନସ୍ଥଳୀ, ସର୍ବସାଧାରଣ ସ୍ଥାନରେ ଭୋଜିଭାତ ଆୟୋଜନ, ପର୍ବପର୍ବାଣୀରେ ଗହଳି ନକରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏହି କ୍ରମରେ ଜନସଚେତନ ପାଇଁ ନିୟମିତ ଭାବେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରିବାକୁ ସମସ୍ତ ବିଡିଓ, ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି ।

ବ୍ୟବସାୟ ପ୍ରତିଷ୍ଠାନରେ କୋଭିଡ୍ ଗାଇଡଲାଇନ ଅନୁପାଳନ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି । ଜିଲାରେ ହେଉଥିବା ଆଂଟିଜେନ୍ ଟେଷ୍ଟ ଓ ଆର୍ଟିପିସିଆର୍ ଟେଷ୍ଟ ସହ ଟିକାକରଣ କାର୍ଯ୍ୟକ୍ରମ ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ ଅବଗତ କରାଇଥିଲେ । ଚଳିତମାସ ସୁଦ୍ଧା ଜିଲ୍ଲାର ସମସ୍ତ ୧୫ରୁ ୧୮ବର୍ଷର ପିଲାଙ୍କୁ ଟିକାକରଣ କରାଯିବାକୁ ନିଷ୍ପତି ହୋଇଛି ।

ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମୀମାନେ ଆଂଟିଜେନ୍ ଓ ଆର୍ଟି ପିସିଆର୍ ଟେଷ୍ଟ କରାଇବା ସହ ଅଧିକ ଟିକାକରଣ କରିବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଢେଙ୍କାନାଳ ଜିଲାରେ ଅଦ୍ୟାବଧି ୫୪ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବାରୁ ସେମାନଙ୍କ ପରିବାରର ଠିକଣା ଓ ମୋବାଇଲ୍ ନମ୍ବରରେ ଯୋଗାଯୋଗ ହୋଇ ନପାରିବାରୁ ସେମାନଙ୍କ ଉତରାଧିକାରୀଙ୍କୁ ଅନୁକମ୍ପରାଶି ପ୍ରଦାନ କରାଯାଇ ପାରୁନାହିଁ । ତେଣୁ କରୋନା ଜନିତ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଉତରାଧିକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପଞ୍ଚାୟତ ଅଥବା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜଣାଇବାକୁ ପରାମର୍ଶ ଦିଆଯାଇଛି ।

ଭିସି ଯୋଗେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ଦିବ୍ୟା ଭି, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡିପିଏମ୍ ଏନ୍ଏଚ୍ଏମ୍ ସୋନାଲି ପ୍ରିୟଦର୍ଶିନୀ, ଆପାତ କାଳୀନ ଅଧିକାରୀ ସୁଶ୍ରୀ ସ୍ନିଗ୍ଧା ଛାୟା ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଜିଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.