Take a fresh look at your lifestyle.

ବିଶ୍ୱ କୁନ୍ତଳ ଶିଶୁ ଗୃହରେ ନବବର୍ଷ ଆସର

0 65

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ବଳଦିଆବନ୍ଧ ପଞ୍ଚାୟତ ଅନ୍ତର୍ଗତ ମହୁଲପଡା ଗ୍ରାମସ୍ଥିତ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ରହିଥିବା ମାତୃହୀନ ଓ ପିତୃହୀନ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ଅଙ୍ଗନୱାଡି କେନ୍ଦ୍ର ଠାରୁ ଆରମ୍ଭ କରି ଯୁକ୍ତ ୨ ସ୍ତର ଯାଏଁ ଶିକ୍ଷାଲାଭ କରୁଛନ୍ତି, ସେମାନଙ୍କୁ ନେଇ “ଢେଙ୍କାନାଳ ଜିଲ୍ଲା ସକ୍ରିୟ ନାଗରିକ ପରିଷଦ’ ପକ୍ଷରୁ  ନବବର୍ଷ ପାଳନ କରାଯାଇଥିଲା । ସକ୍ରିୟ ନାଗରିକ ପରିଷଦର ସଭାପତି ପ୍ରଦ୍ୟୁମ୍ନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନବବର୍ଷ ଆସରରେ ଓଡିଶାର ଖ୍ୟାତାନାମା ଯାଦୁକର ବିମଳ ବିଶ୍ୱାଳ ଯୋଗଦେଇ ପିଲାମାନଙ୍କ ମନୋରଞ୍ଜନ ନିମନ୍ତେ ଯାଦୁ ବିଦ୍ୟା ପ୍ରଦର୍ଶନ କରିଥିଲେ ।

ନାଗରିକ ପରିଷଦ ପକ୍ଷରୁ ତାଙ୍କୁ ମାନପତ୍ର ଓ ଉପାୟନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ସଭାପତି ପ୍ରଦ୍ୟୁମ୍ନ ରଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ ଓ ଦୀପ ଦେଇ ଏହି ଆସରକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ତଥା ମୁଖ୍ୟ ପରିଚାଳିକା ପୁଷ୍ପାଞ୍ଜଳି ଜେନା ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ସକ୍ରିୟ ନାଗରିକ ପରିଷଦର ଉପସଭାପତି ଅଖିଳ ମହାପାତ୍ର ଓ କାର୍ଯ୍ୟକାରିଣୀ ସଭ୍ୟ ନଡିଆଳିର ଶିଳ୍ପଦ୍ୟୋଗୀ କ୍ଷେତ୍ରବାସୀ ସାହୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶିଶୁଗୃହର ଜୟନ୍ତୀ, ଗାୟତ୍ରୀ, ସାବିତ୍ରୀ, ପ୍ରତିକ୍ଷା, ସିପାଲି, ବର୍ଣ୍ଣାଳୀ, ଯମୁନା ଓ ସୀମା “ନାରୀର ବହୁରୂପ” ଶୀର୍ଷକ ନୃତ୍ୟନାଟିକା ପ୍ରଦର୍ଶନ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ସର୍ବେଶ୍ୱର ମଲ୍ଲିକ ଏହାର ସଂଯୋଜନା କରିଥିଲେ ।

ନବବର୍ଷ ଉପଲକ୍ଷେ ପ୍ରସ୍ତୁତ ସ୍ୱତନ୍ତ୍ର ପୋଡ ପିଠାକୁ ଅନୁଷ୍ଠାନର ଉପସଭାପତି ପ୍ରେମଲତା ଦାସ କାଟି ସମସ୍ତଙ୍କୁ ବିତରଣ କରିଥିଲେ । ଅନୁଷ୍ଠାନର କର୍ମଚାରୀ ଶୁଭଶ୍ରୀ ଦାସ ଓ ଅନୁସୟା ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନକୁ ସହଯୋଗ କରିଆସୁଥିବା ପରିଷଦର ସଭ୍ୟ ଶଶିଭୂଷଣ ସାମଲ ଓରଫ୍ କାଳିଆ ଓ ବ୍ୟବସାୟୀ ବିକାଶ ସାହୁଙ୍କୁ ଶିଶୁଗୃହର ମୁଖ୍ୟ ପରିଚାଳିକା ସମାଜସେବୀ ପୁଷ୍ପାଞ୍ଜଳି ଜେନା ସମ୍ବର୍ଦ୍ଧିତ କରିଥିଲେ । ନବବର୍ଷ ଉପଲକ୍ଷେ ଶିଶୁଗୃହର ଅନ୍ତେବାସୀଙ୍କ ପାଇଁ ମିଷ୍ଟାନ୍ନ ଓ ସ୍ୱତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟବ୍ୟସ୍ତତାରୁ ଆସିପାରିନଥିବା ଢେଙ୍କାନାଳ ସାଂସଦ ମହେଶ ସାହୁ ପିଲାମାନଙ୍କୁ ନବବର୍ଷର ଶୁଭେଚ୍ଛା ଜ୍ଞାପନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.