Take a fresh look at your lifestyle.

ଶାଶ୍ୱତ କଳା ସଂସଦ ଆୟୋଜିତ କଲା ସ୍ୱପ୍ନେଶ୍ୱର ମହୋତ୍ସବ

0 51

ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ  ଅଭିନନ୍ଦନ ଗାର୍ଡେନ୍ଠାରେ ଶାଶ୍ୱତ କଳା ସଂସଦ ଦ୍ୱାରା ଆୟୋଜିତ ତଥା ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ୭ମ ସ୍ୱପ୍ନେଶ୍ୱର ମହୋତ୍ସବ କୋଭିଡ୍ କଟକଣା ନିୟମ ଅନୁସାରେ ପାଳିତ ହୋଇଯାଇଛି । ଶତୃଘନ ମାଟିଙ୍କ ଅଧ୍ୟକ୍ଷତାରେ ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ତଥା ଜାତୀୟ ସ୍ତରର ଲେଖକ, ନିର୍ଦେଶକ , ନାଟ୍ୟକାର ଦିଲ୍ଲୀଶ୍ୱର ମହାରଣା ଯୋଗଦେଇ ଏହି ମହୋତ୍ସବ ସଂପର୍କରେ ଆଲୋକପାତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ବରିଷ୍ଠ ସାମ୍ବାଦିକ ଅଥୟ କୁମାର ସାହୁ ଯୋଗଦେଇ କଳାର ବିକାଶ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ସଂପାଦିକା ସିପ୍ରା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜାତୀୟ ସ୍ତରର ଗାୟକ କଳାକାର ଟି ସୌରୀ, ଓଡିଶୀ ନୃତ୍ୟ ଗୁରୁ ସୁବାଷ ଚନ୍ଦ୍ର ସ୍ୱାଇଁ, ବିଶିଷ୍ଟ ସମାଜସେବୀ ମିନର୍ଭା ଦାସ, ଭଜନ ଗାୟକ ଅକ୍ଷୟ କୁମାର ନାୟକ ଏବଂ ଓଡିଶୀ ନୃତ୍ୟାଙ୍ଗନା କାବେରୀ ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।

ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି କଳାକାର ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟ କ୍ରମକୁ ସୁଶାନ୍ତ କୁମାର ପାଣୀ ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.