Take a fresh look at your lifestyle.

ଓଡିଶା ଆଦର୍ଶ ବିଦ୍ୟାଳୟରେ ଗଣେଶ ଚତୁର୍ଥୀ ଓ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

0 7

Get real time updates directly on you device, subscribe now.

ଗଁଦିଆ :ଗଁଦିଆ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟ ପରିସରରେ ଗଣେଶ ଚତୁର୍ଥୀ ଓ ଆଦର୍ଶ ବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ଭାରପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି ।

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଥମେ ଗଣପତିଙ୍କ ଆରାଧନା କରି ପୁଷ୍ପାଞ୍ଜଳୀ ଦେଇଥିଲେ । ପୂଜାର୍ଚ୍ଚନା ପରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଦେଓଗାଁ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ପିଙ୍କି ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ SPARK-2023 ଅନ୍ତର୍ଗତ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାମାନ ପୂର୍ବରୁ ଆୟୋଜିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ଏବଂ ଭବିଷ୍ୟତରେ ଏଭଳି ଅନେକ ସଫଳତା ହାସଲ କରିବା ନିମନ୍ତେ ଉତ୍ସାହିତ କରିଥିଲେ ।

ଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ  ମାନସ ରଞ୍ଜନ ପାଣିଗ୍ରାହୀ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ବିଭିନ୍ନ ପ୍ରତିଯୋଗିତାଗୁଡିକରେ ସଫଳତା ହାସଲ କରିବାକୁ ଶୁଭେଚ୍ଛା ଜଣାଇ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ପରିସମାପ୍ତି କରିଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.