Take a fresh look at your lifestyle.

କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ

0 9

Get real time updates directly on you device, subscribe now.

ଢେଙ୍କାନାଳ : ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଲଳିତ ମୋହନ ବେହେରା ଜାତୀୟ ପତାକା ପ୍ରଦର୍ଶିତ କରି ଜିଲ୍ଲାର ପାର୍ବତୋରୋହୀ ବିଭାରଣୀ ପାତ୍ରଙ୍କ କିଲ୍ଲିମଞ୍ଜର ପର୍ବତ ଆରୋହଣ ର ଯାତ୍ରା ଶୁଭାରମ୍ଭ କରିଛନ୍ତି l ସେ ଓଡାପଡା ବ୍ଲକ ର ମେରାମୁଣ୍ଡଳୀ ଗ୍ରାମର କୃଷ୍ଣ ପ୍ରସାଦ ପାଟରା ଓ ବିଦ୍ୟୁତ ପ୍ରଭା ପାଟରା ଙ୍କ ଝିଅ l ଏଯାବତ ସେ ଖେଳ, ଦୁଃସାହାସିକ କ୍ରୀଡା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି 153 ଟି ପୁରସ୍କାର ପାଇଛନ୍ତି l ସେ ଏବେ ଯେଉଁ କିଲ୍ଲିମଞ୍ଜର ପର୍ବତ ଆରୋହଣ କରିବେ ତାହାର ଉଚ୍ଚତା 19,341ଫୁଟ l

ଏହାପରେ ସେ ଋଷର ଏଲବୃଶ ପର୍ବତ ଆରୋହଣ କରିବା ପାଇଁ ଲକ୍ଷ ରଖିଛନ୍ତି l ସେ ନିଜର ଯାତ୍ରା 14 ସେପ୍ଟେମ୍ବର ରୁ ଆରମ୍ଭ କରିବେ ଏବଂ ସେ ପାର୍ବତରୋହଣ କରି ସେପ୍ଟେମ୍ବର 25ରେ ଆସି ଓଡିଶାରେ ପଂହଁଚିବେ l ସେ ନିଜର ଏହି ଯାତ୍ରା ଦ୍ୱାରା ମୁଖ୍ୟତଃ 5ଟି ଜିନିଷ (ସଡ଼କ ସୁରକ୍ଷା, ରକ୍ତ ଦାନ, ବୃକ୍ଷରୋପଣ, ଗୀତ ଭାଗବତ ଓ ଅଙ୍ଗଦନ ) ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଚାଁହୁଛନ୍ତି l

ସେ ନିଜର ପାର୍ବତରୋହଣ ପାଇଁ ଇଛା ଓ ଅର୍ଥଭାବ ସମ୍ପର୍କରେ 5ଟି ସଚିବ ଙ୍କୁ ଟୁଇଟ ମଧ୍ୟମରେ ଜଣାଇଥିଲେ l ଏହାପରେ 5ଟି ସଚିବଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲାପ୍ରଶାସନ ତରଫରୁ ତାଙ୍କୁ 25ହଜାର ଟଙ୍କାର ଅର୍ଥରାଶି ଚେକ ଆକାରରେ ପ୍ରଦାନ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ, ଆପତ୍ତିକାଳୀନ ଅଧିକାରୀ, ଆସିଷ୍ଟାଣ୍ଟ କଲେକ୍ଟର ଓ ଡେପୁଟି କଲେକ୍ଟର ଉପସ୍ଥିତ ଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.