Take a fresh look at your lifestyle.

ହାତୀ ତଥା ବନ୍ୟଜନ୍ତୁଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ଙ୍କ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ

0 10

Get real time updates directly on you device, subscribe now.

ଢ଼େଙ୍କାନାଳ : ହାତୀ ତଥା ବନ୍ୟଜନ୍ତୁମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ସଂଘ ତରଫରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଓଡ଼ାପଡ଼ା, କାମାକ୍ଷାନଗର, ଢ଼େଙ୍କାନାଳ ଇତ୍ୟାଦି ବ୍ଲକର ଗୁଣଦେଇ ପଂଚାୟତ, ସଦାଶିବପୁର ପଂଚାୟତ, ଓଡ଼ାପଡ଼ା ପଂଚାୟତ, ବଳରାମପୁର ପଂଚାୟତର କାଉଁରୀଆପାଳ, ରସାସିଂ, ବଉଳପୁର, ଗୁଣଦେଇ, ପୋଡ଼ାପଡା, ବଳରାମପୁର, ନୟାଭାଗୀରଥିପୁର, କୋଟଗରା, କେଶରୀଆ ଇତ୍ୟାଦି ପଂଚାୟତର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦିନ ପ୍ରାୟ ୧୧ଘଟିକା ସମୟରେ ଏକତ୍ରିତ ହୋଇ ବିକ୍ଷୋଭ କରିଥିଲେ ।

ଉକ୍ତ ସଭାରେ ସମିତି ନେତା ସର୍ବଜ୍ଞ ସାହୁ ସଭାପତିତ୍ୱ ଓ ସରୋଜ କୁମାର ଶତପଥୀ ସଂଚାଳକ ଭାବରେ ଯୋଗଦେଇଥିଲେ । ବିକ୍ଷୋଭକାରୀଙ୍କ ତରଫରୁ ୪ଦଫା ଦାବୀ ଯଥା – (୧) ହାତୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁମାନେ ଫସଲକୁ ନଷ୍ଟ ନକରିବା ପାଇଁ ସଂପୃକ୍ତ ବିଭାଗ ତରଫରୁ ସମସ୍ତ ଜରୁରୀ ଓ ଆବଶ୍ୟକୀୟ ପଦକ୍ଷେପ ନେଇ ଫସଲ ନଷ୍ଟ ନହେବାର ଗ୍ୟାରେଣ୍ଟି ଚାଷୀମାନଙ୍କୁ ଦିଆଯାଉ । (୨) ନଷ୍ଟ ହେଉଥିବା ଫସଲ ପାଇଁ ସରକାରୀ କ୍ଷତିପୂରଣ ପରିମାଣ ଅତ୍ୟନ୍ତ ନଗଣ୍ୟ ଏବଂ ଏକ କଠିନ ବ୍ୟାପାର ହୋଇଥିବାରୁ ସରକାରୀ ଭାବେ ସ୍ୱୀକୃତି ପ୍ରାପ୍ତ ଉତ୍ପାଦନ ଓ ସରକାରୀ ଦରକୁ ଭିତିକରି କ୍ଷତିପୂରଣ ରାଶି ସ୍ଥିର କରାଯିବା ସହ ଚାଷିମାନଙ୍କ ପାଇଁ ଏକ ସହଜ ଉପଲବ୍ଧ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ।

(୩) ହାତୀ ଏବଂ ବନ୍ୟଜନ୍ତୁଙ୍କ ଭୟରେ ଚାଷୀ ନହୋଇ ଅଯୋଗ୍ୟ ହୋଇଯାଇଥିବା ଜମିଗୁଡ଼ିକୁ ପୁନର୍ବାର ଚାଷୀ ଯୋଗ୍ୟ ଅବସ୍ଥାକୁ ଆଣିବା ପାଇଁ ଏମ୍.ଏନ.ଆର୍.ଜି.ଏ ରେ ଅର୍ଥ ଯୋଗାଇଦିଆଯାଉ । (୪) ବିଦ୍ୟୁତ ବିଭାଗର ଅତ୍ୟନ୍ତ ନିମ୍ନସ୍ତରରେ ବିଦ୍ୟୁତ ତାର ନେଇଥିବାରୁ ହାତୀମାନେ ଅସୁରକ୍ଷିତ ହେବା ସହିତ ଜନସାଧାରଣ ଅନାବଶ୍ୟକ ଭାବରେ ବହୁ ସମୟ ବିଦୁ୍ୟତ୍ ବ୍ୟବହାରରୁ ବଂଚିତ ହୋଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦେଶ ଦିଆଯାଉ (୫) ସମସ୍ୟାଗୁଡ଼ିକର ସ୍ଥାୟୀ ପ୍ରତିକାର ନହେବା ପର୍ଯ୍ୟନ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଉ, ଇତ୍ୟାଦି ଦାବି ସମ୍ବଳିତ ଏକ ଦାବିପତ୍ର ବିକ୍ଷୋଭକାରୀଙ୍କ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଥିଲା ।

ବିକ୍ଷୋଭକାରୀଙ୍କର ଏକ ପ୍ରତିନିଧି ଦଳ ସଂଘର ଆବାହକ ଅଶୋକ ପୃଷ୍ଟିଙ୍କ ନେତୃତ୍ୱରେ ଆଲୋଚନା ପାଇଁ ଯାଇଥିଲେ । ଏହିପରିପ୍ରେକ୍ଷୀରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ଚାଷୀ ନେତା ସର୍ବଜ୍ଞ ସାହୁ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି.ପି.ଆଇ(ଏମ୍)ର ନେତା ବଦ୍ରି ନାରାୟଣ ଦାଶ, କଂଗ୍ରେସ ନେତା ପ୍ରେମ୍ ଶଙ୍କର ମିଶ୍ର, ସମତାକ୍ରାନ୍ତିର ଯୁବନେତା ସରୋଜ ଶତପଥୀ, ସି.ପି.ଆଇର ନେତା ଶିବରାମ ସାହୁ, ଶ୍ରମିକ ନେତା ରବି ରଥ, ସଦାଶିବପୁର ପଂଚାୟତର ସରପଂଚ ଧରିତ୍ରୀ ମଲ୍ଲିକ, ବଳରାମପୁରର ଯୁବନେତା ସମଲେଶ୍ୱରୀ ମଲ୍ଲିକ, ନୟାଭାଗିରଥୀପୁରର ସରପଂଚ ଯତି ନାୟକ, ଗୁଣୁଦେଇ ସରପଂଚ ସୁବ୍ରତ କୁମାର ନାୟକ ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ଚାଷୀ ମାନଙ୍କର ଦାବି ପୁରଣ କରିବା ପାଇଁ ଦାବି କରିଥିଲେ । ୫୦ରୁ ଉଦ୍ଧ୍ୱର୍ ସରପଂଚଙ୍କର ସ୍ୱାକ୍ଷର ସମ୍ମିଳିତ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ନଚେତ୍ ଏହି ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କାଉଁରୀଆପାଳର ଚାଷୀ ସୁବ୍ରତ ନାୟକ, ଦୁତି ନାୟକ, ନବକିଶୋର ମହାନ୍ତି, ତ୍ରିନାଥ ମହାନ୍ତି, ରସାସିଂର ବାମଦେବ ପରିଡ଼ା, ଚଗଲା ଦେହୁରୀ, ଅଜିତ୍ ଦେହୁରୀ, ପୋଡ଼ାପୋଡାର ବିରେନ୍ କରଣ, ବଳରାମପୁରର ଜୟନ୍ତ ଧଳ, ଭାଗୀରଥିପୁରର ଜ୍ୟୋତି ନାୟକ, କୋଟଗରାର ସନ୍ତୋଷ ବେହେରା, କେଶରୀଆର ଖତିଆ ନାୟକ ପ୍ରମୁଖ ଚାଷୀ ମାନଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବିକ୍ଷୋଭରେ ଯୋଗଦେଇଥିଲେ । ସମଲେଶ୍ୱରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.