Take a fresh look at your lifestyle.

୧୭ ରୁ ୨୭ ବାଣିଜ୍ୟ ମେଳା,୨୭ ରେ ମିଳିତ ଭସାଣି

0 51

Get real time updates directly on you device, subscribe now.

ଭୁବନ : ଭୁବନରେ ଦ୍ଵିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନ ଏନ୍ ଏ ସି ସଭାଗୃହରେ କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ,ପୋଲିସ ଏସ ଆଇ ମୀନକେତନ ପ୍ରଧାନ, ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ,ଶ୍ରୀ ଗଣେଶ ୱେଲ୍ ଫେୟାର ଆଣ୍ଡ ଚ୍ୟାରିଟେବୁଲ୍ ଟ୍ରଷ୍ଟ ର ନୂତନ ସଭାପତି ସୁବ୍ରତ କୁମାର ସାହୁ ( ବାବି ),ସମ୍ପାଦକ ଦୀପକ ରଞ୍ଜନ ବେହେରା,ଶାନ୍ତି କମିଟି ଉପ ସଭାପତି ବିନୋଦ ମହାରଣା, ପ୍ରଭାସ ମେହେଣା,କାଳନ୍ଦି ସାହୁ, ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି, ଏନ୍ ଏ ସି କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଶକ୍ତି ପ୍ରସାଦ ସାହୁ , ପୂଜା କମିଟି କର୍ମକର୍ତ୍ତା ଏବଂ କାଉନସିଲର ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଆସନ୍ତା ୧୯ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୧୮ ଟି ମଣ୍ଡପରେ ପ୍ରଭୁ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହେବ । ୨୪ ରୁ ୨୬ ମେଲଣ ପଡିଆ ରେ ଗଣେଶ ମେଲଣ ଅନୁଷ୍ଠିତ ହେବ । ୨୬ ତାରିଖ ସନ୍ଧ୍ୟାରେ ଆଜ୍ଞା ଲଡୁ ନିଲାମ ହେବ। ୨୭ ତାରିଖ ମଧ୍ୟାହ୍ନ ରେ ବିନା ଡି ଜେ ସାଉଣ୍ଡ ରେ ମିଳିତ ଭସାଣି ଅନୁଷ୍ଠିତ ହେବ । ପ୍ରସିଦ୍ଧ ଗଣେଶ ପୂଜା କୁ ସରସ ସୁନ୍ଦର କରିବା ନିମନ୍ତେ ୧୭ ରୁ ୨୭ ପର୍ଯ୍ୟନ୍ତ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା।

ତେବେ ଗଣେଶ ପୂଜା ପୂର୍ବରୁ ପେଟ୍ରୋଲ ପମ୍ପ ଛକ ଠାରୁ ନୂଆ ଭୁବନ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ସହ ଦଶହରା ରୁଟ ରାସ୍ତା,ଡ୍ରେନ ମରାମତି,ତଳକୁ ଝୁଲି ରହିଥିବା ବିଦ୍ୟୁତ ତାର କୁ ସଜାଡିବା,ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ,ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପ୍ରତ୍ୟେକ ପୂଜା ମଣ୍ଡପରେ ପୋଲିସ ବାହିନୀ ମୁତୟନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ ,୨୦୦୦ ମସିହା ଠାରୁ ମାଟ୍ରିକ ଵ୍ୟାଚ ଛାତ୍ର ମାନେ ୧୨ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଗଣେଶ ପୂଜା ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ରକ୍ ଷ୍ଟାର କ୍ଲବ ୧୨ ବର୍ଷ ପୂର୍ତ୍ତି ପାଳନ କରୁଅଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.