Take a fresh look at your lifestyle.

ପଂଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଏକ ମାସ ସ୍ଥଗିତ

0 7

Get real time updates directly on you device, subscribe now.

ଢେଙ୍କାନାଳ: ନିଖିଳ ଉକ୍ରଳ ପଂଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଂଘ, ଓଡିଶାଙ୍କ ଆହ୍ୱାନ କ୍ରମେ ତା.୧୮.୦୮.୨୦୨୩ରିଖ ଠାରୁ ତା.୦୭.୦୯.୨୦୨୩ରିଖ ୨୧ ଦିନ ପର୍ଯ୍ୟନ୍ତ ଦୁଇ ଦଫା ଦାବୀ ନେଇ ଆନେ୍ଦାଳନକୁ ଓହ୍ଲାଇଥିଲା । ସରକାରଙ୍କ ଦ୍ୱାରା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ବାରମ୍ବାର ସଂଘକୁ ଡକାଯାଇ ଦାବୀ ପୁରଣ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ ମଧ୍ୟ ସଂଘ ଉକ୍ତ କଥାକୁ ବିଶ୍ୱାସକୁ ନେଇନଥିଲା ।

କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ତା.୦୫.୦୯.୨୦୨୩ରିଖ ତ୍ରିସ୍ତରୀୟ ବୈଠକ ଡକାଯାଇ ସଂଘର ନେତୃମଣ୍ଡଳୀଙ୍କ ସହିତ ଦାବୀ ଗୁଡିକ ପୂରଣ ସଂପର୍କରେ ସକାରାତ୍ମକ ଆଲୋଚନା କରି ସରକାର ଏକମାସ ମଧ୍ୟରେ ଦାବୀ ଗୁଡିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଲା ପରେ ରାଜ୍ୟର ୩୦ ଗୋଟି ଜିଲ୍ଲାର ପି.ଇ.ଓ. ମାନେ ସରକାରଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଦେଇ ଓ ଜନସାଧାରଣଙ୍କ ଅସୁବିଧାକୁ ଲକ୍ଷ୍ୟ କରି ରାଜ୍ୟସଂଘ ନିଦେ୍ର୍ଦଶ କ୍ରମେ ଆସନ୍ତା ତା.୦୮.୦୯.୨୦୨୩ରିଖ ଠାରୁ କାର୍ଯ୍ୟରେ ଯୋଗଦେବା ପାଇଁ ନିଷ୍ପତି ନେଇଥିବାର ଢେଙ୍କାନାଳ ଜିଲ୍ଲାର ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ସଭାପତି ସୁବ୍ରତ କୁମାର ମଲ୍ଲିକ ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.