Take a fresh look at your lifestyle.

ମିଳିତ ସାହିତ୍ଯ ଆସର ‘ସାହିତ୍ଯ ସଙ୍ଗମ’ ଅନୁଷ୍ଠିତ

0 14

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅର୍ନ୍ତଗତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର,ଚାଉଳିଆ ଖମାରଠାରେ ଏହାର ପ୍ରାଚୀର ପତ୍ରିକା ସଜଫୁଲର ସ୍ବନକ୍ଷତ୍ର ଦିବସ ପାଳନ ହୋଇ ଯାଇଛି । ବିଦ୍ୟାଳୟର ଉପସଭାପତି ବୈକୁଣ୍ଠ ବିହାରୀ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡ଼ଜେନା ସାହିତ୍ଯ ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ ମୁଖ୍ଯ ଅତିଥି, ପୂର୍ବତନ ସମ୍ପାଦକ ବିରଞ୍ଚିନାରାୟଣ ହୋତା ଓ ଢେଙ୍କାନାଳଥିଙ୍କର୍ସଫୋରମର ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମାଜ ଗଠନରେ ସାହିତ୍ଯର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତବ୍ଯରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସଜଫୁଲ, ବଡଜେନା ସାହିତ୍ଯ ସଂସଦ, ରାଧାଦେଇପୁର, ଢେଙ୍କାନାଳ ଥିଙ୍କର୍ସ ଫୋରମର ଚରୈବେତି ଓ ଚାଉଳିଆ ଉଚ୍ଚ ବିଦ୍ୟାଳୟର ବଣମଲ୍ଲୀର ଲେଖକ ଲେଖିକାମାନେ ସ୍ବରଚିତ କବିତା ଓ ପ୍ରବନ୍ଧ ପାଠ କରିଥିଲେ । ଶିଶୁ କବି କବୟତ୍ରୀମାନଙ୍କର କବିତା ପାଠ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ।

ସମ୍ପାଦକ ପତିତପାବନ ରାଉତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ଯ ଶ୍ରୀନିବାସ ମିଶ୍ର ଧନ୍ୟବାଦ ଅର୍ପଣ ଏବଂ ନୟନା ବେହେରା ଓ ଦେବୀ ପ୍ରସାଦ ନାୟକ କବିତା ପାଠ ସଂଯୋଜନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.