Take a fresh look at your lifestyle.

ବାଣୀ ସାହିତ୍ୟ ସ°ସଦର ୩୫ ତମ ସ୍ବନକ୍ଷତ୍ର ଉତ୍ସବ ପାଳନ

0 20

ଭୁବନ : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାବନ ତିଥିରେ,ବାଣୀ ସାହିତ୍ୟ ସ°ସଦର ବାର୍ଷିକୋତ୍ସବ ବରିଷ୍ଠ ନାଗରିକ ସଂଘ ଗୃହ ରେ ମହାସମାରୋହରେ ପାଳିତ ହୋଇଯାଇଛି । ସ°ସଦର ପ୍ରତିଷ୍ଠାତା ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଉଦ୍ ଘାଟକ ଭାବେ ଯୋଗଦେଇ ଥିଲା ବେଳେ ସ୍ଥାନୀୟ ତହସିଲଦାର ଡଃ ଅ°ଶୁମାନ ମହାପାତ୍ର ମୁଖ୍ୟ ଅତିଥି ,ଡଃ ଶରତ ରାୟ ମୁଖ୍ୟ ବକ୍ତା ଓ ଝାଡେଶ୍ବର ମହାବିଦ୍ୟାଳୟର ଅଧ୍ୟକ୍ଷ, ଡଃ ଯୁଗଳ କିଶୋର ହୋତା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କୃଷ୍ଣ ଚେତନାର ଆଜି ସମାଜରେ ପ୍ରୟୋଜନୀୟତା ଉପରେ ଆଲୋଚନା କରି ଥିଲେ।

ଏହି ଅବସରରେ ସଭାପତିଙ୍କ ରଚିତ ବାଣୀଶ୍ରୀ ପଦାବଳୀ କୁ ଅତିଥି ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ୪ଜଣ ପ୍ରତିଭା ଯଥାକ୍ରମେ,ସମାଜ ସେବା ପାଇଁ ଭୁବନେଶ୍ବର ର ସୁଶ୍ରୀ ସରୋଜିନୀ ମହାନ୍ତି, କବୟିତ୍ରୀ ବିଳାସିନୀ ପୃଷ୍ଠି , ସୁଶ୍ରୀ ସୁକାନ୍ତି କୁମାରୀ ନନ୍ଦ ଓ ସାହିତ୍ୟ ପାଇଁ ତୁଳସୀ ନାୟକ ଙ୍କୁ ପୁଷ୍ପ ଗୁଛ ଅଙ୍ଗ ବସ୍ତ୍ର ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

୨ୟ ଅଧିବେଶନ ଆର୍ଯ୍ୟ କବି ପ୍ରମୋଦକୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ଓ କବି ପ୍ରଶାନ୍ତ ଦ୍ବିବେଦୀ,ଡଃସୁଵାସ ନାୟକ ଙ୍କ ସଂଯୋଜନା ରେ ୨୫ ଜଣ କବି ସ୍ବରଚିତ କବିତା ଗାନ କରି ଥିଲେ।କବିତା ପାଠ କରିଥିବା କବି ଓ କବୟତ୍ରୀ ମାନଙ୍କ ମଧ୍ୟରେ,ବିଳାସିନୀ ପୃଷ୍ଟି,ସୁକାନ୍ତି ନନ୍ଦ,ଉଦ୍ଧବ ମହାପାତ୍ର,ଲଳିତା ନାୟକ,ପ୍ରିୟମ୍ବଦା ମିଶ୍ର,ବିନୟ ପଟନାୟକ,ହୃଷିକେଶ ସାହୁ,ବାସନ୍ତୀ କୁମାରୀ ମିଶ୍ର,ନଳିନୀ‌ମଞରୀ ମିଶ୍ର କବି କୁଳମଣି ଦତ୍ତ ପ୍ରଭୁତି ୨୫ ଜଣ କବି କବିତା ଆବୃତ୍ତି କରିଥିଲେ।

ଆଜିର ମୁଖ୍ୟ ଅତିଥି ତହସିଲଦାର ଡଃ ଅ°ଶୁମାନ ମହାପାତ୍ର ସ°ସଦ ପାଇଁ ଗୋଟିଏ ଜମି ଯୋଗାଇ ଦେବାର ଦୃଢ଼ ପ୍ରତିଶୃତି ଦେଇ ଥଲେ। ଶେଷରେ ସ°ସଦର ସ°ପାଦିକା ଭୁବନ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.