Take a fresh look at your lifestyle.

କପିଳାସ ସଫେଇ କଲା ଗୋବିନ୍ଦ ସେବା ଦଳ

0 8

Get real time updates directly on you device, subscribe now.

ଢେଙ୍କାନାଳ :କାଉଡିଆ ଭକ୍ତ ଙ୍କ ଦ୍ୱାରା ଶ୍ରାବଣୀ ସେବା ପରେ କପିଳାସ ପୀଠରେ ବହୁ ଅଳିଆ ଆବର୍ଜନା ପଡିରହିଥିଲା | ଏହି ବର୍ଜ୍ୟବସ୍ତୁ ଗୁଡିକୁ ଆଜି ରବିବାର ଦିନ 500ରୁ ଉର୍ଦ୍ଧ ବ୍ୟକ୍ତି ସଫେଇ କରିଛନ୍ତି | ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଂଚଳରୁ ଗୋବିନ୍ଦ ସେବାଦଳ ସଦସ୍ୟଙ୍କ ଦ୍ୱାରା ଏହି ସଫେଇ କାର୍ଯ୍ୟ ୧୫ ବର୍ଷ ଧରି ଚାଲୁ ରହିଛି |

ବିଗତ ଦିନରୁ ୩ ସାଥୀ ରାଜକିଶୋର ପାତ୍ର ,ଗୋବିନ୍ଦ ଦାସ ,ପ୍ରାଣକୃଷ୍ଣ ମହାନ୍ତ ଙ୍କ ଦ୍ୱାରା ଏହି ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା | ଏବେ ଏହି ସେବା ଦଳ ସଦସ୍ୟ ଙ୍କ ସଂଖ୍ୟା 500ରୁ ଉର୍ଦ୍ଧ | ଦ୍ୱିତୀୟ ବର୍ଷ ରୁ ତାଙ୍କ ସାଙ୍ଗେ ଭୁବନର ନୀରଞ୍ଜନ ଧୀର ଯୋଗ ଦେଇ ଅଦ୍ୟାବଧି ସଫେଇ ଠାରୁ ଆରମ୍ଭ କରି କାଉଡିଆ ଙ୍କୁ ଭୋଜନ ସେବା ରେ ନିୟୋଜିତ ହେଉଛନ୍ତି |

ଚଳିତ ବର୍ଷ ରାଜକିଶୋର ପାତ୍ର ନିରଞ୍ଜନ ଧୀର, ଧନେଶ୍ୱର ମହାନ୍ତ ,ଆଶିଷ ପାତ୍ର ଦୀପକ କୁମାର ନାୟକ ସରୋଜ କୁମାର ନାୟକ ଙ୍କ ନେତୃତ୍ୱରେ 500ରୁ ଉର୍ଦ୍ଧ ସ୍ବେଛାସେବୀ କପିଳାଶ ପୀଠ ର ବାର ବାଙ୍କ ରାସ୍ତା, 1352ପାହାଚ ରାସ୍ତା, ମନ୍ଦିର ପରିସର , ଡ଼ାକବଙ୍ଗଳା ପରିସର ଗଣେଷ ମଠ ଆଦି ସମସ୍ତ ସ୍ଥାନ କୁ ସଫେଇ କରିବା ସହ 7ଟ୍ରକ ଅଳିଆ କୁ ମନ୍ଦିର ପରିସର ବାହାର କୁ ସ୍ଥାନାନ୍ତର କରାଯାଇଛି |

ଢେଙ୍କାନାଳ ଜିଲ୍ଲାପାଳ, ଗଁଦିଆ ବିଡ଼ିଓ, ଥାନାଧିକାରୀଙ୍କୁ ସେବାଦଳ ପକ୍ଷରୁ ସଫେଇ ନେଇ ଜଣାଇଦିଆଯାଇଥିଲା | ଫଳରେ ପ୍ରଶାସନ ପକ୍ଷରୁ ସେବା ଦଳ କର୍ମକର୍ତା ଙ୍କ 15ରୁ ଉର୍ଦ୍ଧ ଗାଡି ଠାରୁ ମହାସୁଲୁ ନିଆଯାଇନଥିବା ଜଣାଯାଇଛି | ତେବେ କପିଳାଶ ସ୍ଥିତ ଦେବୋତ୍ତର ବିଭାଗ ଡ଼ାକବଙ୍ଗଳା ପରିସରରେ ସମସ୍ତ ସେବକ ମାନେ ପ୍ରସାଦ ସେବନ କରାଯାଇଥିଲା | ଉତ୍କୃଷ୍ଟ ସେବା ପାଇଁ 10ଜଣ ସଫେଇ କର୍ମକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.