Take a fresh look at your lifestyle.

ସ୍ୱାୟତ୍ତ ଶାସନ ଦିବସ ସମାରୋହ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ

0 43

Get real time updates directly on you device, subscribe now.

ଭୁବନ : ରାଜନୈତିକ ଦଳ ବଡ଼ ନୁହେଁ,ମାଟି ବଡ଼ ବୋଲି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଯାତ୍ରା ପଡିଆ ଠାରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ସମାରୋହ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,୫୨ ବର୍ଷର ଭୁବନ ଏନ୍ ଏ ସି ରେ ଆଜି ପ୍ରଥମ ଥର ପାଇଁ ମହା ସମାରୋହରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି ।

ପ୍ରତ୍ୟେକ ଭୁବନ ବାସୀ ଙ୍କ ପାଇଁ ଏହା ଗର୍ବ,ଗୌରବ ଓ ଆନନ୍ଦ ର ଦିନ । ଆଜି ଭଳି ଦିନରେ ବିରୋଧୀ ଦଳର ଯେଉଁ କାଉନସିଲର ମାନେ ଅନୁପସ୍ଥିତ ରହିଲେ ସେମାନେ ଏହି କାର୍ଯ୍ୟକ୍ରମ କୁ ନଆସି ଠିକ୍ କରିଛନ୍ତି କି ଭୁଲ କରିଛନ୍ତି ସେଥିପାଇଁ ଆତ୍ମ ସମୀକ୍ଷା କରନ୍ତୁ ବୋଲି ଆକ୍ଷେପ କରି ମନ୍ତ୍ରୀ କହିଥିଲେ । ଭୁବନ ଦୃତ ବିକାଶ ପଥରେ ଆଗେଇ ଚାଲିଛି,୫୦ କୋଟି ଟଙ୍କା ରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି।ଆଉ ଯାହା ଦରକାର ମୋତେ ପ୍ରୋଜେକ୍ଟ ଦିଅନ୍ତୁ ମୁଁ ତାକୁ ସାକାର କରିବି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ସାଂସଦ ମହେଶ ସାହୁ ଯୋଗଦେଇ ଭୁବନ ବାସୀ ଭାରି ସାହସୀ,ମାତ୍ର ୧୨ ବର୍ଷର ବାଳକ ବାଜି ରାଉତ ସ୍ବାଧିନତା ସଂଗ୍ରାମ ରେ ମା ମାଟି ର ସୁରକ୍ଷା ପାଇଁ ପ୍ରାଣବଳି ଦେଇ ସାରା ବିଶ୍ୱରେ ଭୁବନ କୁ ପରିଚିତ କରାଇଥିଲେ ।

୫୨ ବର୍ଷ ର ଭୁବନ ଏନ୍ ଏ ସି ବର୍ତ୍ତମାନ ପୌରପାଳିକା ହେବାକୁ ହକଦାର । କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହାର ପରିସୀମା ବୃଦ୍ଧି କରିବା ସହ ସହର ବାସୀ ଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ଦରକାର । ଖାଲି ରାସ୍ତା ଘାଟ ନିର୍ମାଣ କରିଦେଲେ ତାହାକୁ ବିକାଶ କୁହାଯିବନି ,ପ୍ରତ୍ୟେକ ବ୍ୟକ୍ତିର ବିକାଶ ହେବା ଉଚିତ୍ ବୋଲି ସାଂସଦ ମହେଶ ସାହୁ ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉନ୍ନୟନ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଥିଲେ ଯେ,ଭୁବନ, କାମାକ୍ଷା ନଗର ପ୍ରତି ମୋର ଦୁର୍ବଳତା ରହିଛି ଓ ଆବେଗ ପୂର୍ଣ୍ଣ ସଂପର୍କ ରହିଛି । ମୋ ଦ୍ଵାରା ଯାହା ସମ୍ଭବ ମୁଁ ନିଶ୍ଚିତ କରିବି ବୋଲି କହିଥିଲେ ।

ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରୁଥିବା ନଗରପାଳ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ,ଭୁବନ ପାଇଁ ମୁ ସର୍ବଦା ସମର୍ପିତ ,ଭୁବନ ର ବିକାଶ ମୋର ଏକମାତ୍ର ଲକ୍ଷ୍ୟ,ଆପଣ ମାନଙ୍କ ର ସହଯୋଗ ରହିଲେ ଭୁବନ ନିଶ୍ଚିତ ଭାବେ ଶ୍ରେଷ୍ଠ ଏନ୍ ଏ ସି ହେବ, ଆଉ ଆମ ମର୍ତ୍ତ୍ୟ ଭୁବନ ,ସ୍ବର୍ଗ ଭୁବନ ରେ ପରିଣତ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।

ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୂରସ୍କୃତ କରାଯାଇଥିଲା । ରଗଡ଼ି ଭେଣ୍ଡିଂ ଜୋନ ଷ୍ଟଲ ଏବଂ ସଂସ୍କୃତି ଭବନ ଚାବି ହସ୍ତାନ୍ତର କରାଯାଇଥିଲା। ଉପନଗର ପାଳ ମାନିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଓଲିଉଡ କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶାସକ ଦଳର ସମସ୍ତ କାଉନସିଲର ଙ୍କ ସମେତ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଶକ୍ତି ପ୍ରସାଦ ସାହୁ ଏବଂ ଏନ୍ ଏ ସି ର ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.