Take a fresh look at your lifestyle.

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୧୬୨ତମ ଜୟନ୍ତୀ ପାଳିତ

0 7

Get real time updates directly on you device, subscribe now.

ବ୍ରହ୍ମପୁର : ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ବହୁ ସାହିତି୍ୟକ, କବିଙ୍କ ଲେଖନୀ ଯେ।ଗୁଁ ଅ।ଜି ଓଡ଼ିଅ। ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିପାରିଛି ବେ।ଲି ବକ୍ତାମାନେ ମତ ଦେଇଛନ୍ତି । ଓଡ଼ିଶାର ସର୍ବପୁରାତନ ସାହିତ୍ୟ ସମ୍ବାଦପତ୍ର ନବୀନ ଅନୁଷ୍ଠାନ ବିଭିନ୍ନ କାଳଜୟୀ ଲେଖକଙ୍କୁ ସମ୍ମାନ ଓ ସ୍ମୃତିରକ୍ଷା ପାଇଁ ଉଦ୍ୟମ କରିବା ବିଷୟକୁ ସେ ପ୍ରଶଂସା କରି ଗଙ୍ଗାଧରଙ୍କ ସାହିତ୍ୟ କୃତିର ପ୍ରାସଙ୍ଗିକତା ଓ ଉପଯେ।ଗୀତା ଉପରେ ଉପାଦେୟ ବ୍ୟକ୍ତବ୍ୟ ରଥିଲେ ।

ନବୀନ ଭବନ ପରିସରରେ ନବୀନର ସମ୍ପାଦକ ତଥା ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜୟନ୍ତୀ ସମାରେ।ହରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଯେ।ଗ ଦେଇ ଓଡିଶାର ସ୍ୱନାମଧନ୍ୟ କବି, ସାହିତି୍ୟକ, ବାଗ୍ମୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଗଙ୍ଗାଧରଙ୍କ ଜୀବନୀଉପରେ ବ୍ୟାପକ ଅ।ଲେ।କପାତ କରିଥିଲେ । ଅତିଥି ଭାବେ ନବୀନ ସାହିତ୍ୟ ପ୍ରତିଷ୍ଠାନର ଉପଦେଷ୍ଟା ଡ଼.ଡ଼ମ୍ବରୁଧର ସାହୁ, ସମାଜସେବୀ ରାମକୃଷ୍ଣ ପାତ୍ର, ନାଟ୍ୟକାର ତଥା କବି ପ୍ରମେ।ଦ କୁମାର ପଣ୍ଡା, ବଂଶୀଧର ସେଠୀ, ଅବନୀ ଗୟା ଯେ।ଗ ଦେଇ ବକ୍ତବ୍ୟ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନବୀନର ପ୍ରକାଶିକା ମଞ୍ଜୁ ରଥ, ଇଂ ମାନସ ରଂଜନ ତ୍ରିପାଠୀ, ଗାନ୍ଧୀ କଲେଜ ଅଧ୍ୟକ୍ଷ ଶାନ୍ତନୁ କୁମାର ଦାଶ, ବିିଶିଷ୍ଟ ଶିକ୍ଷାବିତ୍ ଡ଼ ରବିନ ଚନ୍ଦ୍ର ସାହୁ, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କବି ମେହେରଙ୍କ ଜୀବନୀ ଉପରେ ଅ।ଲେ।କପାତ କରିଥିଲେ । ଅନୁଷ୍ଠାନର ସହଯେ ।ଗୀ ଶିକ୍ଷାବିତ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାହିତି୍ୟକ, ଲେଖକ ତଥା ସମ୍ପାଦକ ଡ଼. ଜୟନ୍ତ ମହାପାତ୍ରଙ୍କ ବିୟେ।ଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.