Take a fresh look at your lifestyle.

ସୂର୍ଯ୍ୟ ସ୍ମାରକୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 4

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସହର ଉପଖଣ୍ଡ ଭଗବାନପୁରଠାରେ ଦୁଇଦିନିଆ ସୂର୍ଯ୍ୟ ସ୍ମାରକୀ ନିଖିଳ ଓଡିଶା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ବୁଧବାର ସଂଧ୍ୟା ୬ଟାରେ ଉଦ୍ଘାଟିତ ହୋଇଯାଇଅଛି । ଏଥିରେ ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବ୍ରିଗେଡିୟର୍ କାମାକ୍ଷାପ୍ରସାଦ ସିଂହଦେଓ ମୁଖ୍ୟ ଅତିଥି ଓ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନୀ ପ୍ରତିଯୋଗିତାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କଳାହାଣ୍ଡି ସ୍ମାସର୍ସ ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଇସିଙ୍ଗାର ହର୍ସେସ୍ ଦଳ ସହ ପରିଚିତ ହୋଇ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ।

ତେବେ ଅଚାନକ ବର୍ଷା ଯୋଗୁଁ ରାତି ୭ଟା ରେ ଉଦ୍ଘାଟନୀ ମ୍ୟାଚ୍ ଆରମ୍ଭ ହୋଇଥିଲା । ଏଥିରେ ବାଇସିଙ୍ଗା ହର୍ସେସ୍ ବିଜୟୀ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର ଟର୍ଣ୍ଣାଡୋ, ନୟାଗଡ ନାଇଟ୍ ରାଇଡର୍, ଢେଙ୍କାନଳ ଡେୟାର୍ ଡେଭିଲ୍ସ, ଭୁବନେଶ୍ୱର ପଟିଆର ପଟିଆ ସିଜଲର୍ସ, ଅନୁଗୁଳର ହଣ୍ଟର୍ସ, କଟକର ଟାଇକୁନ୍ସ, ଜଗତ୍ସିଂହପୁରର ହରିକେନ୍ସ, ଦେବଗଡର ଡ୍ୟାସର୍ସ, ପୁରୀର ସ୍ପାଇକର୍ସ ଓ ବରଗଡର ଜାଗୁଆର୍ସ ଏହିପରି ମୋଟ୍ ୧୨ଟି ଦଳ ଭାଗ ନେଇଛନ୍ତି ।

ପ୍ରତିଯୋଗିତାର ଚମ୍ପିୟାନ୍ ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଓ ରନର୍ସ-ଅପ୍ ଦଳକୁ ଟ୍ରଫି ସହ ୮ ହଜାର ଟଙ୍କା ପୁରସ୍କାର ଦିଆଯିବ । ଢେଙ୍କାନାଳ ସୂର୍ଯ୍ୟ ହୋଟେଲ୍ର ସତ୍ୱାଧିକାରୀ ସୌମେନ୍ଦୁ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ରାଜ୍ୟସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଆୟୋଜକ ସୂର୍ଯ୍ୟ ମେମୋରିଆଲ୍ର ସଭାପତି ଦିଲ୍ଲୀପ କୁମାର ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରିଥିଲେ ।

ଏଥିରେ ଅତିଥି ଭାବେ ରାଣୀ ସାବିତ୍ରୀ ଦେବୀ, ଜେମା ଅନୁସୂୟା, ଯୁବରାଜ ଅମରଜ୍ୟୋତି ସିଂହଦେଓ, ଶିକ୍ଷାବିତ୍ ପ୍ରଦ୍ୟୁମ୍ନ ରଥ, ଅକ୍ଷୟ କୁମାର ପଟ୍ଟନାୟକ ଓ ସ୍ୱର୍ଣ୍ଣପ୍ରଭା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।\

ମ୍ୟାଚ୍ ରେଫରୀ ଭାବେ ରଜନୀକାନ୍ତ ମିଶ୍ର, ପ୍ରିୟ ରଞ୍ଜନ ସାହୁ, ସୁବାଷ ମହାନ୍ତି, ମୃତୁ୍ୟଞ୍ଜୟ ମିଶ୍ର ଓ ଉଦୟଭାନୁ ସୁନ୍ଦରାୟ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ପୂର୍ବତନ ସହକାରୀ କ୍ରୀଡା ନିଦେ୍ର୍ଦଶକ ଗିରିଜା ମହାନ୍ତି ଓ ରବିନାରାୟଣ ମହାନ୍ତି କ୍ରୀଡାର ତତ୍ୱାବଧାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.