Take a fresh look at your lifestyle.

” କାପୁଡ଼ିଆ ସମାଜ ” ତରଫରୁ ବଳଦେବଜିୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ପାଳିତ

0 6

Get real time updates directly on you device, subscribe now.

ଭୁବନ : ଭୁବନ ରେ ସର୍ବାଧିକ ତଥା ଜନ ବହୁଳ ଜାତି / ସମ୍ପ୍ରଦାୟ ” କାପୁଡ଼ିଆ ସମାଜ” ତରଫରୁ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ବେହେରା ସାହି ସ୍ଥିତ ମନ୍ଦିରରେ ପ୍ରଭୁ ବଳଦେବ ଜିୟୁ ଙ୍କ ପୂଜାର୍ଚ୍ଚନା କରାଯାଇ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଅପରାହ୍ନ ୪ ଘଟିକା ସମୟ ରେ ପ୍ରଭୁ ବଳଦେବ ଜୀୟୁ ଓ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିଭାନ ରେ ବସାଇ ବାଜା,ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଗହଣ ରେ ସହର ପରିକ୍ରମା କରାଯାଇଥିଲା । ପ୍ରଥମ ଥର ପାଇଁ ଏକ ସୁସଜ୍ଜିତ ବଳଦ କୁ ଯାତ୍ରା ରେ ସାମିଲ କରାଯାଇଥିଲା ।

କାପୁଡ଼ିଆ ସମାଜ ,ଭୁବନ ସଭାପତି ରାମ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଖଗେଶ୍ବର ନାୟକ,ରାଜ୍ୟ ସଭାପତି ନବ କିଶୋର ଗୁରୁ,ରାଜ୍ୟ ସଂଗଠନ ସମ୍ପାଦକ ଦିଲୀପ କୁମାର ଦାସ, ଜିଲ୍ଲା ଉପସଭାପତି ବିପିନ ବିହାରୀ ଦାସ , ବିଦ୍ୟାଧର ବିହାରୀ,ଭୁବନ ର ପୂର୍ବତନ ସଭାପତି ରାମକୃଷ୍ଣ ପୋଥାଳ ଙ୍କ ସମେତ ୨୦ ଜଣ ବେହେରା,୨୦ ଜଣ ପରିମାଣିକ ଯାତ୍ରା ର ନେତୃତ୍ୱ ନେଇଥିଲେ।

ପ୍ରାୟ ୧ ହଜାର ରୁ ଉର୍ଦ୍ଧ୍ବ କାପୁଡିଆ ସମାଜ ବ୍ୟକ୍ତି ଯାତ୍ରାରେ ସାମିଲ ହୋଇ ଅନ୍ୟ ଜାତି/ସମ୍ପ୍ରଦାୟ ବ୍ୟକ୍ତି ଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ସୃଷ୍ଟି କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.