Take a fresh look at your lifestyle.

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଗୋ ପୂଜନ

0 9

Get real time updates directly on you device, subscribe now.

ଭୁବନ : ହିନ୍ଦୁ ଜାଗରଣ ମଞ୍ଚ ଆନୁକୁଲ୍ୟରେ ଏବଂ କାଶୀ ବିଶ୍ଵନାଥ ମନ୍ଦିର ( ଛତାମଠ) ସହଯୋଗରେ ରକ୍ଷା ବନ୍ଧନ ଓ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଭୁବନ ସିନେମା ହଲ ସମ୍ମୁଖ ପଡ଼ିଆରେ ହିନ୍ଦୁ ଜାଗରଣ ମଞ୍ଚ,ଓଡ଼ିଶା ପୂର୍ବ ସଂଗଠନ ଶ୍ରୀମାନ ତନ୍ମୟ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଓ ଛତା ମଠ ଟ୍ରଷ୍ଟ ସଭାପତି ହରିହର ସାହୁ, ପ୍ରେମାନନ୍ଦ ଜେନା, ବ୍ରହ୍ମା କୁମାରୀ ବିଜୟା ଭଉଣୀ,ନିଆଳି ର ନିରାକାର ବାବା,କଟକ ସଂଯୋଜକ ସ୍ବାଗତ ଜେନା,କଟକ ପ୍ରମୁଖ ଶୁଭାଶିଷ ମିଶ୍ର,ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ଷା ବନ୍ଧନ,ଗୋ ମାତା ଓ ଗୋ ସୁରକ୍ଷା ସଂପର୍କ ରେ ମାର୍ଗ ଦର୍ଶନ କରିଥିଲେ ।

ଏହି ଅବସରରେ ସହସ୍ରାଧିକ ଗାଈ ବଳଦକୁ ପୂଜନ କରାଯାଇ ଘାସ ଓ ଚକୁଳି ପିଠା ଖୁଆ ଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଛତାମଠ ସଦସ୍ୟ ସଦାନନ୍ଦ ନାୟକ,ପର୍ଶୁରାମ ପୋଥାଳ,ଦିଲ୍ଲୀପ ଦାସ,ଟିଟୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.