Take a fresh look at your lifestyle.

କନ୍ୟା କ୍ଷମତା ଅଧିଗ୍ରହଣ ଓ ସମୃଦ୍ଧ ଦେଶ କାର୍ଯ୍ୟକ୍ରମ

0 7

Get real time updates directly on you device, subscribe now.

ଢେଙ୍କାନାଳ : ଇନର ହୁଇଲ କ୍ଲବ କପିଳାସ ର ଖମାରସାହି ସେବାଶ୍ରମ ସ୍କୁଲ ରେ “କନ୍ୟା କ୍ଷମତା ଅଧିଗ୍ରହଣ ଓ ସମୃଦ୍ଧ ଦେଶ” ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି ।

“ଝିଅ ବଢିଲେ ଦେଶ ବଢିବ ” ଏହି ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରତନ ନୟାର ଯୋଗ ଦେଇ ଦେଶ ତଥା ଉନ୍ନତ ସମାଜ ଗଠନରେ ଝିଅ ମାନଙ୍କର ଅବଦାନ ଯଥେଷ୍ଟ ଅଧିକ ବୋଲି ମତଦାନ କରିଥିଲେ ।

ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ସେମାନଙ୍କ ଅନ୍ତର୍ନିହିତ ଗୁଣ ର ପରିପ୍ରକାଶ ପାଇଁ, ନୃତ୍ୟ, ସଂଗୀତ ଓ ତର୍କ ପ୍ରତିଯୋଗିତା କରାଯାଇଥିଲା।କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

ଅନୁଷ୍ଠାନ ର ଅଧକ୍ଷା ଦୀପ୍ତିବାଳା ମିଶ୍ର, ସେକ୍ରେଟାରୀ ପୁଷ୍ପା ରାଣୀ ମିଶ୍ର,ଉପ ସଭାପତି ବିଶ୍ଵଭାରତୀ, ସହ ସଂପାଦିକା ତିଳୋତ୍ତମା ଚୌଧୁରୀ, କୋଷାଧ୍ୟକ୍ଷ ଇନ୍ଦିରା ଦେଵତା,ଆଇଏସୋ ପ୍ରିୟତମାମିଶ୍ର ମିଶ୍ର, ଏଡ଼ିଟର ସ୍ୱପ୍ନା ଆଚାର୍ଯ୍ୟ, ପ୍ରଭାମୟୀ ପାଢୀ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ର ବରିଷ୍ଠ ସଦସ୍ୟା କୃଷିଦା ବେଗମ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.