Take a fresh look at your lifestyle.

ଆମ ଓଡିଶା ନବୀନ ଓଡିଶା ଯୋଜନା ସମ୍ବିଧାନ ବିରୋଧୀ

0 6

ଢେଙ୍କାନାଳ: ଆମ ଓଡିଶା ନବୀନ ଓଡିଶା ଯୋଜନ ସମ୍ବିଧାନ ବିରୋଧୀ, ରାଜ୍ୟ ସରକାର ଏହି ଯୋଜନା ଆଜି ୭୩ତମ ସମ୍ବିଧାନ ସଂଶୋଦନ ଆଇନ୍କୁ ଉପେକ୍ଷା କରିଛନ୍ତି । ପଂଚାୟତ ପ୍ରତିନିଧି ଯଥା ସରପଂଚ, ସମିତିସଭ୍ୟ, ୱାର୍ଡ ସଭ୍ୟମାନଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇନାହିଁ ।

ଏହା ସମ୍ବିଧାନ ପ୍ରତି ଅବମାନନା । ଏହି ଯୋଜନା ବିରୁଦ୍ଧରେ ଆଜି ଢେଙ୍କାନାଳ ଜିଲ୍ଲାର ରାଜୀବଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଅଛି । ସଂଗଠନର ଜିଲ୍ଲା ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ୧୩ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ସହିତ ଏହି ସମ୍ବିଧାନ ବିରୋଧି ଯୋଜନା ଉପରେ ଆଲୋଚନା କରିଥିଲେ ।

ଏହି ଯୋଜନାକୁ ରୂପାୟନ କରିବା କ୍ଷେତ୍ରରେ ପଂଚାୟତ ପ୍ରତିନିଧି, ପଂଚାୟତ ଅନୁଷ୍ଠାନ ଓ ଗ୍ରାମସଭାକୁ ସାମିଲ୍ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଥିଲା ।

ଏହି ପ୍ରତିନିଧି ମଣ୍ଡଳୀରେ ପି.ସି.ସି. ସଦସ୍ୟ ସୁନିଲ୍ କୁମାର ଦାଶ, ଜିଲ୍ଲା କଂଗ୍ରେସ ଉପସଭାପତି ଡମ୍ବରୁଧର ସେଠୀ, ଶେଷଦେବ ମହାପାତ୍ର, ଯୁବନେତା କାମାକ୍ଷା ପ୍ରସାଦ ବିହାରୀ, ବେଣୁଧର ସାହୁ, ଦିଲ୍ଲୀପ କୁମାର ସାହୁ, ତ୍ରିଲୋଚନ ପୃଷ୍ଟି, ଭୀମସେନ୍ ବାବା, ଲକ୍ଷ୍ମଣ ସ୍ୱାଇଁ, ଦାଶରଥୀ ଖଟୁଆ, ଚକ୍ରଧର ପାତ୍ର, ହରେକୃଷ୍ଣ ସାମଲ ପ୍ରମୁଖ ସାମିଲ୍ ହୋଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

- Advertisement -

Leave A Reply

Your email address will not be published.