Take a fresh look at your lifestyle.

ଯୋରନ୍ଦା ପଂଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

0 4

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକର ଯୋରନ୍ଦା ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁର୍ନୀତି, ଭଷ୍ଟାଚାର, ବଂଶବାଦ,ବ୍ୟାପକ ପିସି କାରବାର ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ମୋଦି ସରକାର ଓଡ଼ିଶାକୁ ଗରିବ କଲ୍ୟାଣ ର ପ୍ରୟୋଗଶାଳା କରି ବିଭିନ୍ନ ଜନ କଲ୍ୟାଣ ଯୋଜନରେ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଉଥିବା ବେଳେ ତାହା ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁନଥିବା କହିବା ସହିତ ଅନୁଗୁଳ ବ୍ଲକ ର ପ୍ରତି ପଂଚାୟତ ରେ ବିଜେଡି ପ୍ରାୟୋଜିତ ଜେଇ କୁ ଠିକାଦାର ସଜେଇ ବ୍ୟାପକ ପିସି କାରବାର ଦୁର୍ନୀତି କରି ଚାଲିଛି ବୋଲି ଢେଙ୍କାନାଳ ଜିଲା ବିଜେପି ଜିଲା ସାଧାରଣ ସମ୍ପାଦକ ରତିକାନ୍ତ ସାହୁ ପ୍ରକାଶ କରିଥିଲେ।

ମୋଦି ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରୟାସ ରେ ହଜାର ହଜାର କୋଟି ଟଙ୍କା ବିଭିନ୍ନ ଯୋଜନାରେ ଆସୁଥିବା ବେଳେ ଏଠିକାର ବିଧାୟକ ଟଙ୍କା ଟିଏ ସ୍ୱତନ୍ତ୍ର ଅନୁଦାନ ଆଣି ନାହାନ୍ତି ବୋଲି ସେ କହିଛନ୍ତି। ମୋଦି ସରକାର ଚତୁର୍ଦ୍ଦଶ ତଥା ପଞ୍ଚଦଶ ଅର୍ଥ କମିଶନ ରେ ଗୋଟିଏ ଗୋଟିଏ ପଂଚାୟତ ର ଉର୍ଣ୍ଣତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଦେଉଥିବା ବେଳେ ବିଜେଡି ସରକାର ପଲ୍ଲୀସଭା ଗ୍ରାମସଭା ନ କରାଇ ସରକାରୀ କର୍ମଚାରୀ ଙ୍କ ନାମରେ ଡିପାର୍ଟମେଣ୍ଟାଲ କାମ ରଖି ଅଧିକ ପିସି ଦେଉଥିବା ଦଳୀୟ ଠିକାଦାର ଙ୍କୁ କାମ ଦେଇ ଦଳୀୟ ପାଣ୍ଠି ସଂଗ୍ରହ କରିବାରେ ଲାଗିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

ମହିମା ମଣ୍ଡଳ ସଭାପତି ପ୍ରତ୍ୟୁଷ ହରି ପ୍ରଧାନ, ଜିଲା ଯୁବମୋର୍ଚା ସଭାପତି ଏମ ଜେ ମହିମା , ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ମଦନ ମୋହନ ବଳିୟାରସିଂ, ସିଦ୍ଧାର୍ଥ ଶଙ୍କର ସାମଲ, ଧର୍ମାନନ୍ଦ ରାଉତ, ସୁଦର୍ଶନ ସ୍ତମ୍ଭ,ବିରଞ୍ଚି ନାରାୟଣ ସାହୁ,ପ୍ରତାପ ନାଥ, ଚିତ୍ତରଞ୍ଜନ ରାଉତ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.